RRB-NTPC ଫଳାଫଳକୁ ନେଇ ବିବାଦ
ପାଟନା: RRB-NTPC ଫଳାଫଳକୁ ନେଇ ଆଜି ବି ଛାତ୍ରମାନେ ବିହାରର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ଛାତ୍ରମାନେ ବିହାରରର ଏକ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନକୁ ନିଆଁ ଲଗାଇ ଦେବା ସହ ଟେକା ପଥର ମାଡ଼ କରିଥିଲେ। ରେଲୱେ ନିଯୁକ୍ତି ପ୍ରକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି ଆନ୍ଦୋଳନ କରିଛନ୍ତି ଛାତ୍ର। ହିଂସା ପରେ ନନ୍ ଟେକନିକାଲ ପପୁଲାର କେଟାଗୋରିଜ୍(ଏନଟିପିସି) ବର୍ଗର ଟେଷ୍ଟକୁ ବାତିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ଆରଆରବି ଅଧୀନରେ ହୋଇଥିବା ନିଯୁକ୍ତି ପରୀକ୍ଷାରେ ପାସ୍ କରିଥିବା ପିଲାମାନଙ୍କର ଫଳାଫଳକୁ ନେଇ ଯାଞ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉଭୟ ପାସ୍ ଓ ଫେଲ କ୍ଷେତ୍ରରେ ଯାଞ୍ଚ କରାଯିବ।
ଉଭୟ ପକ୍ଷଙ୍କଠାରୁ ଆବେଦନ ଶୁଣିବା ପରେ ଏକ କମିଟି ରେଳୱେ ମନ୍ତ୍ରୀଙ୍କୁ ରିପୋର୍ଟ ଦେବ। ଏଥିସହ ଯେଉଁମାନେ ଟ୍ରେନ୍ ପୋଡ଼ା ଜଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ରେଳୱେ ପକ୍ଷରୁ ସେମାନଙ୍କୁ ନୋଟିସ୍ କରାଯାଇଛି। ଏହି ଭଙ୍ଗାରୁଜାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ରେଲଲୱେରେ ହେବାକୁ ଥିବା ପରୀକ୍ଷାରେ ବାଦ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0