ଭାରତ ଫେରିବେ ମିରାମ ଟାରୋନ
ନୂଆଦିଲ୍ଲୀ : ଭାରତ ଫେରିବେ ନିଖୋଜ ମିରାମ। ଚୀନ ତାଙ୍କୁ ଫେରାଇ ଦେବ ବୋଲି ରାଜି ହୋଇଛି। ବାବରା ହୋଇ ଅରୁଣାଚଳ ପ୍ରଦେଶସ୍ଥିତ ଭାରତ-ଚୀନ ସୀମା ନିକଟରୁ ଗତ ୧୮ ତାରିଖରୁ ନିଖୋଜ ଥିବା ଭାରତୀୟ ଯୁବକ ମିରାମ ଟାରୋନକୁ ଫେରାଇବାକୁ ଚୀନ ସେନା ରାଜି ହୋଇଛି । ଖୁବଶୀଘ୍ର ସମ୍ପୃକ୍ତ ଯୁବକକୁ ଛାଡ଼ିବାର ସ୍ଥାନ ଓ ତାରିଖ ସମ୍ପର୍କରେ ଚୀନ ସେନା ପକ୍ଷରୁ ଜଣାଇଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଭାରତ ସୀମା ଭିତରେ ପଶି ପିଏଲ୍ଏ ଉକ୍ତ ଯୁବକୁ ବଳ ପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଞ୍ଚଳରେ ରହୁଥିବା ଉକ୍ତ ୧୭ ବର୍ଷୀୟ ଯୁବକ ଜାନୁଆରୀ ୧୮ରୁ କଥିତ ରୂପେ ନିଖୋଜ ଥିଲେ । ଯୁବକଙ୍କ ନିଖୋଜ ହୋଇଥିବା ଖବରକୁ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଉଠାଇଥିଲେ। ଚୀନ୍ ସେନା ଉକ୍ତ ଯୁବକକୁ ବନ୍ଦି ବନାଇ ନେଇଯାଇଥିବା ସେ ଦାବି କରିଥିଲେ। ଏହା ପରେ ଭାରତୀୟ ସେନା ଏହି ଯୁବକକୁ ଖୋଜିବା ଆରମ୍ଭ କରି ଚାଇନା ସୈନିକଙ୍କୁ ଏହା ବିଷୟରେ ସୂଚନା ମାଗିଥିଲା। ପ୍ରଥମେ ଚୀନ୍ ସୈନିକମାନେ କହିଥିଲେ ଯେ ଏହି ଯୁବକଙ୍କ ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆଜି ଚୀନ୍ ସୈନିକମାନେ ଭାରତୀୟ ସେନାକୁ କହିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଜଣେ ଯୁବକ ମିଳିଛି। ଆସାମର ତେଜପୁରରେ ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ଏକ ନିଖୋଜ ଯୁବକ ସେମାନଙ୍କୁ ମିଳିଥିବା ନେଇ ଚୀନ୍ ସେନା ସୂଚନା ଦେଇଛି। ଏହି ଯୁବକଙ୍କୁ ଭାରତ ହସ୍ତାନ୍ତର କରିବା ପାଇଁ ଉପଯୁକ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0