ଦେଶରେ ଖୁବଶୀଘ୍ର ହ୍ରାସ ପାଇବ କରୋନା ବିରୋଧୀ ଟିକାର ଦାମ
ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇବ କରୋନା ଟିକାର ଦାମ। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଦାମ ଡୋଜ୍ ପିଛା ୨୭୫ ଟଙ୍କା ରହିବ। ଏହାବାଦ୍ ଏଥିରେ ସର୍ଭିସ ଚାର୍ଜ ଭାବେ ୧୫୦ ଟଙ୍କା ମିଶାଯିବ। ସୂଚନା ଅନୁଯାୟୀ, ଭାରତ ସରକାର କୋଭାକ୍ସିନ ଓ କୋଭିସିଲ୍ଡକୁ ଖୁବଶୀଘ୍ର ନିୟମିତ ମାର୍କେଟ ଅନୁମୋଦନ ଦେବେ। ଉଭୟ ଟିକାକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ମିଳିବା ପରେ ଦାମରେ ଏପରି ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ଦେଶର ଘରୋଇ ହସ୍ପିଟାଲରେ କୋଭାକ୍ସିନ ଟିକାର ଦାମ ୧୨ ଶହ ଟଙ୍କା ରହିଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା କୋଭିସିଲ୍ଡର ଦାମ ଡୋଜ୍ ପିଛା ୭୮୦ ଟଙ୍କା ରହିଛି। ଏଥିସହ ଟିକା ଉପରେ ୧୫୦ ଟଙ୍କାର ସର୍ଭିସ ଚାର୍ଜ ମଧ୍ୟ ଲାଗୁ କରାଯାଉଛି। ଦୁଇ ଟିକାକୁ ଦେଶରେ କେବଳ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବାରୁ ଏପରି ଅଧିକ ଦାମରେ ବିକ୍ରି ହେଉଛି। ହେଲେ ରେଗୁଲାର ମାର୍କେଟ ଆପ୍ରୁଭାଲ ମିଳିବା ପରେ ଏଗୁଡ଼ିକ ଶସ୍ତାରେ ଉପଲବ୍ଧ ହେବ।
ଜାନୁଆରୀ ୧୯ରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋରଲ ଅର୍ଗାନାଇଜେସନର କୋଭିଡ-୧୯ ସବଜେକ୍ଟ ଏକ୍ସପର୍ଟ କମିଟି କୋଭାକ୍ସିନ ଓ କୋଭିସିଲ୍ଡକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲା। କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଏପରି ଅନୁମତି ଦେବାକୁ କମିଟି କହିଛି। ଏବେ ଭାରତ ସରକାର ପ୍ରସ୍ତାବ ଉପରେ ମୋହର ମାରିବାକୁ ଯୋଜନା କରୁଛନ୍ତି। ଅକ୍ଟୋବର ୨୫ରେ ସେରମ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ଡିସିଜିଆଇ ନିକଟରେ କୋଭିସିଲ୍ଡ ଟିକାକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ଦେବାକୁ ଆବେଦନ କରିଥିଲେ।



Visitors Today : 4
Total Visitors : 130782
Total Views : 9900019
Visitors Online Now : 0