ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଥରେ କଂଗ୍ରେସ ଦଳ ଭିତରେ ଯୁଦ୍ଧ ଆରମ୍ଭ ହୋଇଛି। ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ମନୋନୀତ ନ ହେବା କାରଣରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଏପରି ଏଭଳି ନିଷ୍ପତ୍ତି ତାଙ୍କୁ ଯନ୍ତ୍ରଣା ଦେଇଥିବା ସୁନୀଲ ପ୍ରକାଶ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଜାଖର ପ୍ରକାଶ କରିଛନ୍ତି ଯେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଚରଣଜିତ ସିଂ ଚନ୍ନିଙ୍କୁ କେବଳ ଦୁଇ ଜଣ ବିଧାୟକଙ୍କ ସମର୍ଥନ ରହିଛି।
ପୂର୍ବତନ ପିସିସି ସଭାପତି ସୁନୀଲ ଜାଖର ଦଳରେ ବିଧାୟକଙ୍କ ଭୋଟ୍ ବିଷୟରେ ପ୍ରକାଶ କରିବା ପରେ ପଞ୍ଜାବ କଂଗ୍ରେସରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ମୁହାଁମୁହିଁ ଯୁଦ୍ଧ ଆରମ୍ଭ ହୋଇଛି। ଜାଖର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ମନୋନୀତ ହୋଇ ନ ଥିବାରୁ ସେ ବ୍ୟଥିତ। ଦଳର ନେତା ରାହୁଲ ଗାନ୍ଧୀ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦବୀ ପ୍ରଦାନ କରିଛନ୍ତି କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ କଂଗ୍ରେସ ତରଫରୁ ଚରଣଜିତ୍ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପ୍ରଦାନ କରାଯାଇଥିଲା। ବିଧାନସଭା ନିର୍ବାଚନ ପୂର୍ବରୁ ଚନ୍ନି ଏବଂ ସିଦ୍ଧୁଙ୍କ ଭଳି ବରିଷ୍ଠ ନେତାଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏଭଳି ପରିସ୍ଥିତିରେ କଂଗ୍ରେସର ଏହି ଅନ୍ତଃକଳହ ଦଳପାଇଁ ବୁମେରାଂ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏଣେ ସନ୍ଧ୍ୟାସୁଦ୍ଧା କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ଚେହେରା ନେଇ ଘୋଷଣା କରିପାରେ ବୋଲି କୁହାଯାଉଛି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0