ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି ପ୍ରଥମ ପର୍ୟ୍ୟାୟ ରଥ କାଠ। ନୟାଗଡ଼ ଦଶପଲ୍ଲାସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ଣରେ ନୟାଗଡ଼ ବନାଞ୍ଚଳରୁ ଶ୍ରୀକ୍ଷେତ୍ର ଅଭିମୁଖେ ରଥକାଠ ବୋଝେଇ ଟ୍ରକ୍ ବାହାରିଥିଲା। ଆଜି ୩ଟି ଟ୍ରକ୍ରେ ମୋଟ ୬୩ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ରଥଖଳାରେ ପହଞ୍ଚିଥିବା ୬୩ ଖଣ୍ଡ କାଠ ମଧ୍ୟରୁ ୩୪ଟି ଅସନ ଓ ୨୯ଟି ଧଉରା କାଠ ଆସିଛି। ଶ୍ରୀପଞ୍ଚମୀ ଦିନ ବିଧି ପୂର୍ବକ ତିନି ରଥର ରଥକାଠ ଅନୁକୂଳ ପୂଜା କରାଯିବ। ବସନ୍ତ ପଞ୍ଚମୀ ଦିନ ୩ଟି ୧୨ ଫୁଟିଆ ଧଉରା କାଠକୁ ପୂଜା କରାଯିବ। ଆସନ୍ତା ରାମନବମୀ ଦିନ କଟକ ଖପୁରିଆ ସ’ମିଲ୍ରେ ରଥକାଠ ଚିରଟ ଅନୁକୂଳ ହେବ। ପବିତ୍ର ଅକ୍ଷୟ ତୃତୀୟାର ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ୟ୍ୟର ଶୁଭାରମ୍ଭ କରାଯିବ। ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିବାର ପରମ୍ପରା ଚାଲି ଆସିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0