ଆସନ୍ତା ୭ ତାରିଖରୁ ଦେଶର ରାଜଧାନୀ ଦିଲ୍ଲୀର ଶିକ୍ଷାନୁଷ୍ଠାନରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା । । ଆସନ୍ତା ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବ । ସେହିପରି ୧୪ ତାରିଖରୁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି ।
ଶିକ୍ଷାନୁଷ୍ଠାନ ବ୍ୟତୀତ ଜିମ, ସ୍ପା, ସୁଇମିଂ ପୁଲ ମଧ୍ୟ କଟକଣା ଭିତରେ ଖୋଲାଯିବ । ସେହିପରି ନାଇଟ କର୍ଫ୍ୟୁ ରାତି ୯ ବଦଳରେ ୧୧ରୁ ସକାଳ ୫ଟା ପର୍ୟ୍ୟନ୍ତ ବଳବତର ରହିବ । ଏହା ସହ କାରରେ ଏକଟୁଆ ଯାଉଥିଲେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ସରକାରୀ ଓ ଘରୋଇ କାର୍ୟ୍ୟାଳୟ ଶତପ୍ରତିଶତ କ୍ଷମତାରେ ଚାଲିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧିରେ ଧିରେ କଟକଣା କୋହଳ କରୁଛନ୍ତି ଦିଲ୍ଲୀ ସରକାର ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0