ନୂଆଦିଲ୍ଲୀ: ଡେରାଡୁନ୍ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଅଭିନେତା ଅକ୍ଷୟ କୁମାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଥିଲେ। ଉଭୟଙ୍କ ସାକ୍ଷାତ୍ପରେ ଧାମୀ କହିଥିଲେ କି, ସେ ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍ ଆମ୍ବାସାଡର୍’ ଭାବେ କାମ କରିବାକୁ ରାଜି ହୋଇଛନ୍ତି।
ସେ କହିଛନ୍ତି, ଆମେ ତାଙ୍କୁ ପ୍ରସ୍ତାବ ଦେଇଥିଲୁ। ସେ ତାହା ଗ୍ରହଣ କରିଛନ୍ତି। ସେ ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍ ଆମ୍ବାସାଡର୍’ ଭାବେ କାର୍ୟ୍ୟ କରିବେ। ଏଥିସହ ସେ ଅକ୍ଷୟ କୁମାରଙ୍କୁ ଗୋଟାଏ ଟୋପି ଉପହାର ଦେଇଥିଲେ।
ଏ ସଂକ୍ରାନ୍ତରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଧାମୀ ଲେଖିଛନ୍ତି, ଆଜି ପ୍ରଖ୍ୟାତ ଅଭିନେତା, ଯୁବବର୍ଗଙ୍କ ପ୍ରେରଣାସ୍ରୋତ ଏବଂ ମୋର ମିତ୍ର ଅକ୍ଷୟ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଲି। ଯୁବବର୍ଗଙ୍କୁ ପ୍ରେରଣା ଦେବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ସେ ପ୍ରଶଂସା କରିବା ସହ ଯଥା ସମ୍ଭବ ସବୁ ପ୍ରକାର ସହଯୋଗ କରିବେ ବୋଲି ଆଶ୍ବାସନା ଦେଇଛନ୍ତି। କଥାବର୍ତ୍ତା ବେଳେ ଅକ୍ଷୟ କୁମାର ଆଗାମୀ ବିଧାନସଭା ନିର୍ବାଚନରେ ଧାମୀଙ୍କ ସୌଭାଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ରାମ ସେତୁ’ ସୁଟିଙ୍ଗ୍ ନିମନ୍ତେ ସମ୍ପ୍ରତି ଅକ୍ଷୟ କୁମାର ପାହାଡୀ ରାଜ୍ୟ ଉତ୍ତରାଖଣ୍ଡରେ ଅବସ୍ଥାନ କରୁଛନ୍ତି। ଆଜି ସକାଳେ ଅକ୍ଷୟ କୁମାର ସେ ଅଞ୍ଚଳର ଗୋଟାଏ ଛୋଟ ଭିଡିଓ କ୍ଲିପ୍ ମଧ୍ୟ ଟୁଇଟର୍ରେ ସେୟାର୍ କରିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0