spot_img

ୟୁକ୍ରେନ ରେ ଭାରତୀୟ ଛାତ୍ର କୁ ଗୁଳିମାଡ

ଯୁଦ୍ଧରେ ଅନେକ କିଛି ଘଟଣା ଘଟିଥାଏ । ଯୁଦ୍ଧ ବେଳେ ପ୍ରବଳ ଗୁଳ ିଓ ବୋମା ମାଡ ହୋଇଥାଏ । ଗୁଳିକେବେ ହେଲେ କାହାର ଜାତି କିମ୍ବା ନାଗରିକତା ଦେଖେ ନାହିଁ । ତେଣୁ ୟୁକ୍ରେନରେ ଯୁଦ୍ଧ ବେଳେ ଚାଲିଥିବା ଗୁଳି ମାଡରେ ଜଣେ ଭାରତୀୟ ଛାତ୍ର ଆହତ ହୋଇଛନ୍ତି । ୟୁକ୍ରେନର ରାଜଧାନୀ କିଭରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ ହୋଇଛି । ଛାତ୍ର ଜଣଙ୍କ କିଭ ରୁ ସୁରକ୍ଷିତ ସ୍ଥାନ କୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଗୁଳିମାଡ ର ଶିିକାର ହୋଇଥିବା ଜଣାପଡିଛି । ଦୁଇଦିନ ତଳେ ମଧ୍ୟ ଖାରକିଭ ରେ ରୁଷ କରିଥିବା ବୋମା ମାଡରେ ଜଣେ ଭାରତୀୟ ଛାତ୍ରଙ୍କ ମୃତୁ୍ୟ ଘଟିଥିଲା । କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଙ୍କ କହିବା ଅନୁସାରେ କିଭ ରେ ଆକ୍ରମଣ ଜୋରଦାର ହେଉଥିବାରୁ ଦୂରାବାସ ପକ୍ଷରୁ ସମସ୍ତଙ୍କୁ ସେଠାରୁ ଚାଲିଯିବାକୁ କୁହାଯାଇଥିଲା । ତେଣୁ ଭାରତୀୟ ମାନେ ମଧ୍ୟ କିଭ ଛାଡିବା ଆରମ୍ଭ କରିଥିଲେ । ଏହି ସମୟରେ ଜଣେ ଭାରତୀୟ ଛାତ୍ର କିଭ ଛାଡୁଥିବା ସମୟରେ ତାଙ୍କୁ ଗୁଳିମାଡ ହୋଇଛି ।ଗୁଳିମାଡ ପରେ ତାଙ୍କୁ କିଭ ଭିତରକୁ ନିଆଯାଇଥିଲା । ଏବେ ଛାତ୍ର ଜଣଙ୍କ କିଭର ଏକ ହସ୍ପିଟାଲ ରେ ଚିକିସ୍ତ୍ରିତ ହେଉଛନ୍ତି । ସୂଚନା ଅନୁସାରେ ଅନ୍ୟପଟେ ୟୁକ୍ରେନରୁ ଉଦ୍ଧାର ଅପେକ୍ଷାରେ ପ୍ରାୟ ୧୭ ଶହ ଭାରତୀୟ ଅପେକ୍ଷା କରିଛନ୍ତି । ସବୁ ଭାରତୀୟଙ୍କୁ ୟୁକ୍ରେନ ସୀମାନ୍ତ ରେ ଥବା ରୋମାନିଆ ,ହଙ୍ଗେରୀ ଓ ପୋଲାଣ୍ଡ ଆସିବାକୁ ଭାରତ ସରକାର କହିଛନ୍ତି ।ସେମାନେ ସୁରକ୍ଷିତ ସ୍ଥାନକୁ ଆସିବା ପରେ ହିଁ ସମସ୍ତଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣଯାଉଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୧୭ ହଜାର ଭାରତୀୟ ୟୁକ୍ରେନ ରୁ ସୀମାନ୍ତ ଦେଶକୁ ଆସିଛନ୍ତି ।ସେମାନଙ୍କ ମଧ୍ୟରୁ ପ୍ରାୟ ୬ ହଜାର ଶିକ୍ଷାର୍ଥୀଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular