spot_img

ଏକତା କପୁରଙ୍କୁ କିଡନାପ

ଟିଭି କ୍ୱିନ କୁହାଯାଉଥିବା ଏକତା କପୁରଙ୍କୁ ନେଇ ଆସୁଛି ଚାଞ୍ଚଲ୍ୟକର ଖବର । ଯଦି ଆପଣଙ୍କୁ କୁହାଯାଏ ଯେ , ଟେଲିଭିଜନ୍ ଦୁନିଆଁର ସବୁଠୁ ଷ୍ଟ୍ରଙ୍ଗ ପର୍ସନାଲିଟି ଏକତା କପୁରଙ୍କୁ ବନ୍ଧୁକ ମୁନରେ ଉଠାଇନେଲେ ଦୁର୍ବୃତ୍ତ ଆପଣ ଏହାକୁ ବିଶ୍ୱାସ କରିବେ କି? କିନ୍ତୁ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ଭାଇରାଲ ହେଉଥିବା ଭିଡିଓ ମୁତାବକ, ଏକତା କପୁର ନିଜ ଅଫିସ ବାହାରେ ଫଟୋଗ୍ରାଫରଙ୍କୁ ଫଟୋ ପାଇଁ ପୋଜ ଦେଉଥିଲେ। ସେତେବେଳେ ହଠାତ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଏକତାଙ୍କ ଉପରକୁ ବନ୍ଧୁକ ଉଠାଇଥିଲେ ଏବଂ ତାଙ୍କୁ ଅପହରଣ କରିନେଇଥିଲେ। କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ଫଟୋଗ୍ରାଫରଙ୍କୁ ସେଠାରୁ ପଳାଇଯିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। ତାଙ୍କ ଫ୍ୟାନ୍ମାନଙ୍କୁ ବଡ ଝଟକା ଲାଗିଛି।ପ୍ରକୃତରେ ଏକତାଙ୍କୁ ଅପହରଣ କରାଯାଇନାହିଁ । ଏକ ରିଆଲିଟି ଶୋ’ର ପ୍ରମୋସନ ପାଇଁ ଚାଲିଥିବା ଏକ ସୁଟିଂର ଏହା ଏକ ସଟ । ତାଙ୍କ ଅପକମିଂ ରିଆଲିଟି ଶୋ’ ‘ଲକଅପ’ର ପ୍ରମୋସନ ପାଇଁ ଏଭଳି କିଛି ଫଣ୍ଡା ଆପଣାଇଛନ୍ତି ଟେଲିଭିଜନ କୁଇନ ଏକତା କପୁର। ଏହି ଭିଡିଓର କମେଣ୍ଟ ସେକ୍ସନ୍ରେ ଅନେକ ଲୋକେ ଏକତାଙ୍କ ଏଭଳି ଲୁଚାଛପା ପ୍ରମୋସନର ପର୍ଦ୍ଦାଫାଶ ମଧ୍ୟ କରିଛନ୍ତି। ଅନେକ ଲୋକ ଏକତାଙ୍କ ଏଭଳି ପ୍ରମୋଶନ ଆଇଡିଆକୁ ପ୍ରଶଂସା କରିଥିବା ବେଳେ କିଛି ଲୋକେ ତାଙ୍କ ଉପରକୁ ଅଙ୍ଗୁଠି ଉଠାଇଛନ୍ତି। ଆସନ୍ତା ଫେବ୍ରୁଆରୀ ୨୭ରେ ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ଫ୍ଲେଅରରେ ଆରମ୍ଭ ହେବାକୁ ଯାଉଛି ଏକତା କପୁରଙ୍କ ନୂଆ ରିଆଲିଟି ଶୋ’ ‘ଲକଅପ’। ଏହି ଶୋ’ଙ୍କୁ ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ହୋଷ୍ଟ କରିବେ। ଏହି ଶୋ’ରେ ଟେଲିଭିଜନ ଅଭିନେତ୍ରୀ ନିଶା ରାୱଲ ଏବଂ ମୁନୱର ଫାରୁଖି ପ୍ରତିଯୋଗୀ ଭାବେ ଭାଗ ନେବେ। ତେବେ ଅନ୍ୟ ପ୍ରତିଯୋଗୀ ଭାବେ ଆଉ କିଏ କିଏ ସାମିଲ ହେବେ ସେ ନେଇ କିଛି ସୂଚନା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular