ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ହେବ ସିବିଆଇ ତଦନ୍ତ । ମାମଲାର ସିବିଆଇ ଯାଞ୍ଚ କରିବା ପାଇଁ ବିହାର ସରକାର ମଙ୍ଗଳବାର କେନ୍ଦ୍ରକୁ ସିବିଆଇ ଯାଞ୍ଚର ସୁପାରିଶ ପଠାଇଥିଲେ । ଏବେ କେନ୍ଦ୍ର ବିହାର ସରକାରଙ୍କ ଏହି ସୁପାରିଶକୁ ମଞ୍ଜୁର କରିଛି ବୋଲି କେନ୍ଦ୍ର ସରକାରଙ୍କ ଓକିଲ ଏସ.ଜି. ତୁଷାର ମେହତା କହିଛନ୍ତି । ସେପଟେ ରିୟାଙ୍କ ତରଫରୁ ଶ୍ୟାମ ଦିୱାନ କହିଛନ୍ତି, ଏସଜିଙ୍କ ତରଫରୁ ଯାହା କୁହାଯାଇଛି, ଏଠାରେ ସେହି ମାମଲା ନାହିଁ, ବରଂ ଏ କ୍ଷେତ୍ରରେ ଅଦାଲତ ରିଆଙ୍କ ଆବେଦନ ଉପରେ ଧ୍ୟାନ ଦିଅନ୍ତୁ । ଏଫଆଇଆର ଜୁରିସଡିକସନ ମୁତାବକ ନାହିଁ । ତେଣୁ ଅଦାଲତ ପୁରା ମାମଲା ଉପରେ ରୋକ୍ ଲଗାଇବା ଉଚିତ୍ ବୋଲି କହିଛନ୍ତି ଶ୍ୟାମ ଦିୱାନା । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍ ଏବେ ସୁଦ୍ଧା ୫୯ ଜଣଙ୍କ ବୟାନ ରେକର୍ଡ କରିସାରିଲାଣି ବୋଲି କହିଛନ୍ତି ଶ୍ୟାମ । ଜଷ୍ଟିସ୍ ହୃଷିକେଶ ରାୟ କହିଥିଲେ ଯେ ସୁଶାନ୍ତ ଅତ୍ୟନ୍ତ ଟ୍ୟାଲେଣ୍ଟଡ ଏବଂ ଉଦୀୟମାନ କଳାକାର ଥିଲେ । ତାଙ୍କର ଏପରି ରହସ୍ୟମୟ ମୃତ୍ୟୁ ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ଏହାର ଯାଞ୍ଚ ହେବ ବୋଲି ସେ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0