spot_img

ଆସନ୍ତୁ ଜାଣିବା ମନ୍ଦିର ମାଳୀନି ସହରର ଦେବଦେବ ମହାଦେବଙ୍କ କିଛି ଐତିହାସିକ କଥା …

ମନ୍ଦିର ମାଳିନୀ ସହର ର ମାନ୍ୟତା ପାଇଛି ରାଜଧାନୀ ଭୁବନେଶ୍ୱର । ଓଡିଶା ରାଜ୍ୟ କଳା ଓ ସଂସ୍କୃତିରେ କେତେ ଧନୀ ତାହା ଏଥିରୁ ବେଶ ପ୍ରତିଫଳିତ ହୋଇଥାଏ । ଏତେ ସବୁ ମନ୍ଦିର ମାନଙ୍କ ମଧ୍ୟରେ ରହିଛି ଅନେକ ଗୁଡିଏ ଶୌବ ପୀଠ । ତେଣୁ ଶିବରାତ୍ରି କଥା କୁହନ୍ତୁ କି ଶ୍ରାବଣ ମାସରେ ପାଣିଢାଳିବା ହେଉ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ ।
ସହରର ଅବସ୍ଥିତ ମନ୍ଦିର ମାନଙ୍କର ନିଜର ସ୍ୱତନ୍ତ୍ରତା ରହିଛି ।ଭଗବାନ ଶିବଙ୍କୁ ଉତ୍ସଗୀକୃତ ଏହି ମନ୍ଦିରରେ ରହିଛି ଅନେକ ଖାସ କଥା । ଆସନ୍ତୁ ଜାଣିବା ମନ୍ଦିର ମାଳୀନି ସହରରେ ଥିବା ଶିବାଳୟର କଥା ।
ଲିଙ୍ଗରାଜ ମନ୍ଦିର
ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର ର ସର୍ବବୃହତ ମନ୍ଦିର ବୋଲି ବିବେଚନା କରାଯାଏ । ମନ୍ଦିରର ଉଚ୍ଚତା ୧୮୦ ଫୁଟ ହୋଇଥିବାବେଳେ ଏହାର ବିଶାଳ ପରିସର ରହିଛି ଏଥିସହ ୧୫୦ଟି ଛୋଟ ଛୋଟ ମନ୍ଦିର । ଏକାଦଶ ଶତାଦ୍ଧୀରେ ନିର୍ମାଣ ହୋଇଥିବା କଥା ବିଶ୍ୱାସ କରାଯାଏ । ତେବେ ମନ୍ଦିରର କିଛି ଅଂଶ ଷଷ୍ଠ ଶତାଦ୍ଦୀରେ ଆରମ୍ଭ ହୋଇଥିବା କଥା ଜଣାପଡିଛି ।
ମୁକ୍ତେଶ୍ୱର ମନ୍ଦିର
ନୃତ୍ୟ ମହୋତ୍ସବ ପାଇଁ ପ୍ରସିଦ୍ଧ ମୁକ୍ତେଶ୍ୱର ମନ୍ଦିର ଟି ସମ୍ଫୁର୍ଣ୍ଣ ଭାବେ ବାଲି ପଥରରେ ନିର୍ମିତ ହୋଇଛି । ଏହାସହ ସାମ୍ନାରେ ବିଚକ୍ଷଣ ଖୋଦିତ ପ୍ରତିମୃର୍ତ୍ତି ଖାସ କରି ଗଜ ସିଂ ଓ ନାଗ ପାଇଁ ବେଶ ପ୍ରସିଦ୍ଧ ।
କୋଟିତିର୍ଥେଶ୍ୱର ମନ୍ଦିର
ମନ୍ଦିର ନାମରୁ ହିଁ ଏହାର ମହାତ୍ମ୍ୟ ସ୍ପଷ୍ଟ । ମନ୍ଦିରର ପବିତ୍ର ଜଳରେ ବୁଡ ପକାଇବା ପରେ ଭୋଳାନାଥଙ୍କୁ ପୁଜା କରି କୋଟିଜନ୍ମର ପୁର୍ଣ୍ଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।
ପ୍ରଭୁ ମହାଦେବଙ୍କ ଏହି ସବୁ ମନ୍ଦିର ଦର୍ଶନ କରି ଆପଣ ନିଶ୍ଚୟ ଅଗାଧ ଭକ୍ତିରେ ବୁଡିଯିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular