ଭୁବନେଶ୍ୱର : କରୋନା ନେଲା ଆଉ ୯ ଜୀବନ । ରାଜ୍ୟରେ ବଢ଼ି ଚାଲିଛି କରୋନା କୋପ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସେହି ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ନୂଆ କରୋନା ମୃତକଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୨୨୫ ରେ ପହଞ୍ଚିଲା ।
୯ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫, ଗଜପତି, କେନ୍ଦୁଝର,ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖା ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ଏହା ପ୍ରଥମ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଳାରେ ଏହି ସଂଖ୍ୟା ୧୧୭ ଛୁଇଁଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳ୨, ବାଲେଶ୍ୱର ୩, ବରଗଡ଼ ୧, ଭଦ୍ରକ ଜିଲ୍ଲାରେ ୨, କଟକରେ ୧୧ , ଗଜପତିରେ ୧୪, ଗଞ୍ଜାମରୁ ୧୧୭, ଜଗତସିଂହପୁର ୨, ଯାଜପୁରରେ ୩ , ଝାରସୁଗୁଡ଼ାରେ ୧ , କଳାହାଣ୍ଡି ୨, କନ୍ଧମାଳରେ ୨ , କେନ୍ଦ୍ରାପଡ଼ାରେ ୨, କେନ୍ଦୁଝର ୧ , ଖୋର୍ଦ୍ଧାରେ ୩ ୧ , ମାଲକାନାଗିରି ୨, ନୟାଗଡ଼ରେ ୩ , ପୁରୀରେ ୪ , ରାୟଗଡ଼ା ଜିଲ୍ଲାରେ ୧୦, ସମ୍ବଲପୁର ୧ , ସୁନ୍ଦରଗଡ଼ରେ ୧ ୧, ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ୧୪ ହଜାର ୨୬୬ସକ୍ରିୟ କେସ ଥିବା ବେଳେ ୨ ୪ ହଜାର ୪୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0