ଖୋର୍ଦ୍ଧା: ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋଦ ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ ଷ୍ଟାଫ ସଂକ୍ରମିତ ହୋଇଥିଲେ । ସଂକ୍ରମିତ ଷ୍ଟାଫ୍ ସଂସ୍ପର୍ଶରେ ଆସିଥିବା ଅନ୍ୟ ଷ୍ଟାଫ ମାନଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ଏସପିଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କର କିଛି ଲକ୍ଷଣ ନଥିଲା ବୋଲି ସୂଚନା ଦେଇଛନ୍ତି ଏସପି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0