ନୂଆଦିଲ୍ଲୀ ୧୬।୦୬: ଉଭୟ ଦେଶ ମଧ୍ୟ ସୀମା ବିବାଦ ଦିନକୁ ଦିନ ବଢିଚାଲିଛି । ଗୋଟିଏ ପଟେ କରାନା ମହାମାରୀ ଭଳି ବିପତ୍ତି ଦେଖାଦେଇଥିବା ବେଳେ ଅନ୍ୟପଟେ ସୀମା ବିବାଦ । ଯାହାକି ଭାରତ-ନେପାଳ ମଧ୍ୟରେ ଚାଲିଛି । ଗୋଟିଏ ପଟେ ବିବାଦୀୟ ଅଞ୍ଚଳକୁ ଭାରତ ଦାବି କରୁଥିବା ବେଳେ ନେପାଳ ନିଜ ଆସେମ୍ବଲିରେ ଏକ ବିଧାୟକ ପାସ୍ କରିସାରିଛି । ଯେଉଁ ବିଧାୟକ ବିବାଦୀୟ ଅଞ୍ଚଳ ନେପାଳର ବୋଲି ଦର୍ଶାଯାଇଛି । ଯାହାକୁ ଭାରତ କଡା ବିରୋଧ କରୁଛି । ତେବେ ବିବାଦକୁ ଦେଖି ଭାରତ ଏବେ ନେପାଳ ସହିତ ସୀମା ପ୍ରସଙ୍ଗ ନେଇ ଆଲୋଚନ କରିବାକୁ ପ୍ରସ୍ତୁତି କରୁଛି ।

ନୂଆଦିଲ୍ଲୀ-କାଠମାଣ୍ଡୁ ମଧ୍ୟରେ ଚାଲିଥିବା ତିକ୍ତତାର ଅନ୍ତ ଘଟାଇବାକୁ ଭାରତ ଉଦ୍ୟମ ଚଳାଇଛି। ନେପାଳ ଅଧିକାଂଶ କ୍ଷେତ୍ରରେ ଭାରତ ଉପରେ ନିର୍ଭରଶୀଳ । ଭାରତରୁ ରିହାତି ଦରରେ ନେପାଳକୁ ସାମଗ୍ରୀ ମିଳିଥାଏ। ଏହା ସତ୍ଵେ ସଂପର୍କର ବାସ୍ତବିକତାକୁ ଭୁଲି ନେପାଳ ପ୍ରଧାନମନ୍ତ୍ରୀ ଚୀନର ଗୋଡାଣିଆ ହୋଇ ନିଜ ପାଇଁ ଗାତ ଖୋଳୁଛି। ଜାଣିପାରୁନାହାନ୍ତି କି ଭାରତ ସବୁବେଳେ ମିତ୍ର ଆଉ ମିତ୍ର ହୋଇ ରହିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0