ନୂଆଦିଲ୍ଲୀ ୧୬।୦୬: ଲଦାଖ ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ ମୁହାଁମୁହିଁ ହୋଇଛନ୍ତି । ଚୀନ ସେନାକୁ ପଛକୁ ହଟାଇବା ବେଳେ ଉତ୍ତେଜନା । ଗତ କିଛି ଦିନ ତଳେ ଖଇଉ ସୀମାରେ ଭାରତର ରାସ୍ତା ନିର୍ମାଣକୁ ନେଇ ଚୀନ୍ ସେନା ସହିତ ବିବାଦ ଦେଖା ଦେଇଥିଲା । ତେବେ ଏହି ଉତ୍ତେଜନାରେ ଭାରତର ୩ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ଜାରି ।ଚୀନ ବିଦେଶ ମନ୍ତ୍ରାଳୟର ବୟାନ : ଭାରତ ଏକପାଖିଆ କାର୍ୟ୍ୟାନୁଷ୍ଠାନ ନନେଉ । ଭାରତ ସୀମା ଅତିକ୍ରମ କରିଥିବା ଚୀନର ଅଭିଯୋଗ । ସୀମାରେ ଗୁଳିବିନିମୟକୁ ଖଣ୍ଡନ କଲା ଚୀନ।
ସୂଚନା ଅନୁସାରେ ଭାରତ ଏବଂ ଚୀନ ମଧ୍ୟରେ ଲଦାଖରେ ଦୀର୍ଘ ଦିନ ଧରି ତିକ୍ତତା ଦେଖାଦେଇଥିଲା । ମାତ୍ର ସୋମବାର ରାତିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଏହା ଭୟଙ୍କର ରୂପ ନେଇଥିଲା । ଗତମାସରେ ସୀମା ବିବାଦ ହଟାଇବାକୁ ଦୁଇ ଦେଶ ମଧ୍ୟରେ ୧୫ଦିନରେ ୩ଥର ବୈଠକ ବସିଥିଲା। କିନ୍ତୁ ଫଳାଫଳ ସେତେଟା ଭଲ ହୋଇନଥିଲା । ଆଜିର ଏହି ଘଟଣା ପରେ ସୀମାରେ ଉତ୍ତେଜନା ବଡିବାର ଆଶଙ୍କା ଦେଖାଦେଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0