ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସକୁ ବାତିଲ କରିଦିଆଯାଇଛି । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁୁଁ ରେଳଧାରଣା ଉପରରେ ପାଣି ଜମି ରହିଛି । ତେଣୁ ଗତକାଲି ମୁମ୍ବାଇରୁ ଛାଡ଼ିବାକୁ ଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରାଯାଇଛି ।
ସୂଚନାଯୋଗ୍ୟ, ମୁମ୍ବାଇରେ ଦୁଇ ଦିନ ଧରି ଲଗାତାର ଭାବେ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଆହୁରି ୬ ଘଣ୍ଟା ବର୍ଷା ସହ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଗାଣ ବର୍ଷା ଫଳରେ ମୁମ୍ବାଇର ଗିର୍ଗାଓଁ, ଚୌପାଟ୍ଟି, ମଦନପୁର, ବାଇଚୁଲା, ହିନ୍ଦାମାତାଳ ଓର୍ଲି ଜଳମଗ୍ନ ହୋଇପଡ଼ିଛି। ପ୍ରବଳ ବର୍ଷା ଓ ପବନ ଫଳରେ ବିଭିନ୍ନ ଅଞ୍ଚଳରେ ଗଛ, ବିଜୁଳି ଖୁଣ୍ଟି ଭାଙ୍ଗି ପଡ଼ିଛି। ବର୍ଷାର ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ପାଇଁ ରେର୍ଡ ଆର୍ଲଟ ଜାରି କରିଛି। ବର୍ଷା ସମୟରେ ମୁମ୍ବାଇବାସୀ ଘରେ ରହିବା ସହ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ପ୍ରବଳ ବର୍ଷାରେ ମୁମ୍ବାଇର କେତେକ ଟ୍ରେନ୍କୁ ବାତିଲ କରାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0