ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ନିଯୁକ୍ତିକୁ ଅନୁମୋଦନ ମିଳିଛି । ବୁଧବାର ଦିନ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ପରେ ସିହ୍ନାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସିହ୍ନା ପୂର୍ବ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗାଜିପୁର ନିର୍ବାଚନ ମଣ୍ଡଳୀରୁ ତିନିଥର ଲୋକସଭାର ପ୍ରତିନିଧିତ୍ୱ କରିଛନ୍ତି ।
ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିଥିଲେ । ସୂଚନାନୁସାରେ, ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାଳ ଶେଷ କରୁଥିବା ରାଜୀବ ମେହଋଷିଙ୍କ ସ୍ଥାନରେ ସେ ଭାରତର ପରବର୍ତ୍ତୀ କଣ୍ଟ୍ରୋଲର ଆଣ୍ଡ୍ ଅଡିଟର୍ ଜେନେରାଲ୍ ହେବେ। ସିଭିଲ୍ ସର୍ଭିସ୍ରୁ ଅବସର ଗ୍ରହଣ କରିବା ପରେ ରାଜୀବ ମେହଋଷି ୨୦୧୭ରେ ଭାରତର ଶୀର୍ଷ ପବ୍ଲିକ୍ ଅଡିଟର୍ ଭାବେ ନିଯୁକ୍ତ ହୋଇଥିଲେ। ୧୯୭୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମେହଋଷି ଏହା ପୂର୍ବରୁ ଭାରତର ଅର୍ଥନୈତିକ ସଚିବ ଏବଂ ଗୃହ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0