ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ବିହାର କ୍ୟାଡର ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ କ୍ବାରେଣ୍ଟାଇନରୁ ମୁକ୍ତ କରିଛି ବିଏମସି। ପାଟନା ପୁଲିସର ସୁପାରିଶ କ୍ରମେ ବିଏମସି ୫ଦିନିଆ କ୍ବାରେଣ୍ଟାଇନ ପରେ ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଛି। ରିଟର୍ନ ଟିକେଟ ଦେଖାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଆଇପିଏସ୍ ବିନୟ ତିୱାରୀଙ୍କୁ କ୍ବାରେଣ୍ଟାଇନରୁ ମୁକ୍ତ କରିବା ପାଇଁ ବିଏମସି ଦ୍ୱାରା କିଛି ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତ ଅନୁଯାୟୀ, ସେ ଅଗଷ୍ଟ ୮ପରେ ମହାରାଷ୍ଟ୍ର ଛାଡି ପାରିବେ। ଏକ ଘରୋଇ କାରରେ ସେ ବିମାନବନ୍ଦରକୁ ଯାଇ ଏସଓପି ଅନୁସରଣ କରିବେ ଏବଂ ଯାତ୍ରା ସମୟରେ ସମସ୍ତ ନିୟମ ପାଳନ କରିବେ । ଉଲ୍ଲେଖନୀୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ପାଟନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ, ଯାହାର ଯାଞ୍ଚ ପାଇଁ ଏକ ଟିମ୍ ମୁମ୍ବାଇରେ ପହଞ୍ଚିଥିଲା। ଗତ ରବିବାର ରାତିରେ ଆଇପିଏସ୍ ବିନୟ ତିୱାରୀ ଟିମର ଦାୟିତ୍ବ ନେବା ପାଇଁ ପହଞ୍ଚିବା ପରେ ତାଙ୍କୁ ବିଏମସି ପକ୍ଷରୁ କ୍ବାରେଣ୍ଟାଇନରେ ରଖାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0