ଭୁବନେଶ୍ୱର: ଆସୁଛି ପୁଣି ଆଉ ଏକ ଲଗୁଚାପ । ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭବାନା ରହିଛି । ବିଶେେ କରି ଦକ୍ଷିଣ ଓଡିଶାର ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହେବା ବୋଲି ସୂଚନା ମିଳିଛି । ଅଗଷ୍ଟ ୯ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ସୋନପୁର, ନୂଆପଡା, ସମ୍ବଲପୁର, କେରାପୁଟ, ଗଞ୍ଜାମ, ନୟାଗଡ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହୋଇପାରେ । ସେହିପରି ୧୦ ତାରିଖରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କେରାପୁଟ, ରାୟଗଡା, ବୌଦ୍ଧ, ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ରାଜ୍ୟରେ ଗତ ତିନି ଦିନରେ ୨୨ଟି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ସ୍ୱାଭାବିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ପରେ ପଶ୍ଚିମ-ପୂର୍ବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ଦ୍ୱାରା ଉପକୂଳରେ ୧୨ ଓ ୧୩ ତାରି୍ଖ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା ରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0