spot_img

୨୪ ଘଣ୍ଟାରେ ସର୍ବାଧିକ ୬୨,୫୩୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ କାୟା ମେଲାଇ ଚାଲିଛି କରୋନା । ୨୪ ଘଣ୍ଟାରେ ସର୍ବାଧିକ ୬୨ ହଜାର ୫ ଶହ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୨୭ ହଜାର ୭୫ କୁ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା କମ ହୋଇଥିବା ବେଳେ ଆଜି ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପାର କରିଛି । ଆକ୍ରାନ୍ତ ମଧ୍ୟରୁ ୧୩ ଲକ୍ଷ ୭୮ ହଜାର ୧୦୫ ଜଣ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୧୫ ହଜାର ୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ଣ୍ଟମଧ୍ୟରେ ୮୮୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular