ନୂଆଦିଲ୍ଲୀ: ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ପାଇଁ ଆମେରିକା କଠୋର ପଦକ୍ଷେପ ନେଇଛି । ଚୀନର ସୋସିଆଲ ମିଡ଼ିଆ ଆପ୍ ଟିକ-ଟିକ୍ ଉପରେ ୪୫ ଦିନିଆ ପ୍ରତିବନ୍ଧକ ଲଗାଇଛି । ବାଇଟ୍ ଡାନ୍ସ କମ୍ପାନୀ ଏହାକୁ ୪୫ ଦିନ ଭିତରେ ବିକ୍ରି ନକଲେ ପ୍ରତିବନ୍ଧକ ରହିବା ସ୍ପଷ୍ଟ କରିଛନ୍ତି ଟ୍ରମ୍ଫ ସରକାର । ଯଦି ବାଇଟ୍ ଡାନ୍ସ ୪୫ଦିନ ମଧ୍ୟରେ ଆପକୁ ବିକ୍ରି କରୁଛି, ତେବେ ଆପର ବ୍ୟବହାର ଉପରୁ ପ୍ରତିବନ୍ଧକ ହଟାଇ ଦିଆଯିବ ବୋଲି କୁହାଯାଇଛି। ଏହା ସହ ୪୫ଦିନ ପାଇଁ ଚାଇନିଜ୍ କମ୍ପାନି ବାଇଟ୍ ଡାନ୍ସ ଏବଂ ଟେନ୍ସେଣ୍ଟ ସହିତ କୌଣସି ପ୍ରକାରର ଆମେରିକୀ ଦେଣନେଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କାର୍ୟ୍ୟକାରୀ ଆଦେଶ ଜାରି କରିଛନ୍ତି ଟ୍ରମ୍ପ ସରକାର। ସର୍ଟ-ଭିଡିଓ ଆପ୍ ଟିକ-ଟକ ଏବଂ ମେସେଞ୍ଜର ଆପ୍ ୱିଚାଟ ଦ୍ବାରା ଚୀନ ତଥ୍ୟ ଚୋରି କରୁଥିବା ଜଣା ପଡ଼ିବା ପରେ ଏହି ସପ୍ତାହରେ ଆମେରିକାର ଡିଜିଟାଲ ନେଟୱାର୍କରୁ “ଅବିଶ୍ୱସନୀୟ” ଚାଇନିଜ୍ ଆପ୍ସକୁ ହଟାଇବା ପାଇଁ ଉଦ୍ୟମ ଜୋରଦାର କରିଥିଲା। ୱିଚାଟ ଆପ୍ ସ୍ୱୟଂଚାଳିତ ଭାବରେ ଏହାର ଉପଭୋକ୍ତାମାନଙ୍କ ଠାରୁ ବହୁ ତଥ୍ୟ ହାସଲ କରୁଛି। ଏହି ତଥ୍ୟ ସଂଗ୍ରହ ଚାଇନାର କମ୍ୟୁନିଷ୍ଟ ପାର୍ଟିକୁ ଆମେରିକୀୟଙ୍କ ବ୍ୟକ୍ତିଗତ ତଥା ମାଲିକାନା ସୂଚନାକୁ ପାଇବାରେ ଅନୁମତି ଦେବ। ଆମେରିକୀୟଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ରଯୁଜ୍ୟ ଆଇନ୍ ଅନୁଯାୟୀ ଆମେରିକାରେ ୪୫ଦିନ ପାଇଁ ୱିଚାଟ ଏବଂ ଟିକ୍-ଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନ୍ୟ ପକ୍ଷରେ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ଉପରେ ଟେନସେଣ୍ଟ ଏବଂ ବାଇଟ୍ ଡାନ୍ସ କିଛି କହିବାକୁ ମନା କରି ଦେଇଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0