ସମ୍ବଲପୁର: ବିଗୁଡ଼ିଛି ବୁର୍ଲା ଭିମସାରର ସ୍ଥିତି । ପୁଣି ୧୨ ଜଣ ଡ଼ାକ୍ତରଙ୍କ କରୋନା ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ପୂର୍ବରୁ ଭିମସାରର କ୍ୟାନସର ବିଭାଗ , ସ୍ତ୍ରୀ ଓ ପସୂତି ବିଭାଗ, ରେଡ଼ିଓଗ୍ରାଫ ବିଭାଗ ଓ ମେଡ଼ିସିନ ବିଭାଗର ପ୍ରାୟ ୩୪ ଜଣ ଡ଼ାକ୍ତର , ୧୧ଜଣ ଷ୍ଟାଫନର୍ସ ଓ ୮ଜଣ ପାରାମେଡ଼ିକାଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
୭୦ରୁ ଅଧିକ ଡ଼ାକ୍ତର, ଷ୍ଟାଫନର୍ସ ଓ କର୍ମଚାରୀ ସଙ୍ଗରୋଧ କେନ୍ଦ୍ରରେ ଅଛିନ୍ତି । କର୍ତ୍ତୃପକ୍ଷ ପୂର୍ବରୁ ଦୁଇ ପର୍ୟ୍ୟାୟରେ ଭିମ୍ସାର୍କୁ ସମ୍ପୂର୍ଣ ସଟ୍ଡାଉନ କରିଥିଲେ । ପୁଣି ବର୍ତ୍ତମାନ ସମସ୍ତ ଓପିଡିକୁ ବନ୍ଦ କରିଛନ୍ତି। କେବଳ ରେଫରାଲ ରୋଗୀ ଓ ଅତ୍ୟନ୍ତ ଜରୁରୀ ରୋଗୀଙ୍କୁ ହିଁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଏହାବାଦ୍ ଭିମସାରରେ ସମସ୍ତ ବିଭାଗରେ ଟେଲି-ମେଡିସିନ ସେବା ଯୋଗାଇ ଦିଆଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0