ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ସଟଡ଼ାଉନକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ।
ସମ୍ବଲପୁର ଜିଲ୍ଳା ପ୍ରଶାସନ ତରଫରୁ ସପ୍ତାହନ୍ତ ସଟଡ଼ାଉନ ଚାଲିଛିି । ଏନେଇ ନିର୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଳାପାଳ । ହେଲେ ଅଗଷ୍ଟ ୨୩ ରବିବାର ପଡ଼ୁଥିବାରୁ ସେଦିନ ସଟଡ଼ାଉନ ହେଉଛି । ଫଳରେ ପଶ୍ମିମ ଓଡ଼ିଶାର ଗଣପର୍ବକୁ ଏହି ସଟଡ଼ାଉନରୁ ବାଦ ଦିଆଯାଉ ବୋଲି ସେ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହା ସହ ରେଙ୍ଗାଲି ବିଧାୟକ ମଧ୍ୟ ଜୟନାରାୟଣଙ୍କ ଦାବିକୁ ସମର୍ଥନପୂର୍ବକ ପତ୍ରରେ ଦସ୍ତଖତ କରିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0