spot_img

ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଡାକ୍ତରଙ୍କ ଠୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଯୁବତୀ

ଅନୁଗୁଳ : ଜଣେ ଅବସର ପ୍ରାପ୍ତ ହୋମିଓପା୍ୟାଥିକ ଡାକ୍ତରଙ୍କ ଆକାଉଣ୍ଟ ରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଏନେଇ ଅଭିଯୋଗ ଆଣିଛନ୍ତି ସଂମ୍ପୃକ୍ତ ଡାକ୍ତର । ତାଙ୍କ ଆକାଉଣ୍ଟରୁ ପୁରା ୪ଲକ୍ଷ ୫୭ ହଜାର୩୮୫ ଟଙ୍କା ୮୪ ପଇସା ବିଭିନ୍ନ କିସ୍ତିରେ ଉଠାଯାଇଥିଲା । ଏହାଜାଣିବା ପରେ ଉକ୍ତ ଡାକ୍ତର ତାଲଚେର ଥାନାର ଦ୍ୱାରସ୍ତ ହୋଇଥିଲେ । ପରେ ତାଲଚେର ପୋଲିସ ଘଟଣାର ଛାନବିନ ଆରମ୍ଭ କରିଥିଲା । ଏହାପରେ ଲୁଟ ର ମାଷ୍ଟରମାଇଣ୍ଡ ଭାବେ ତାଲଚେର ପୋଲିସ ଜଣେ ଯୁବତୀଙ୍କୁ କଟକ ଠାରୁ ଆରେଷ୍ଟ କରି କୋର୍ଟ ଚାଲାଣ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଅବସର ପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ଗତବର୍ଷ ମେ ମାସରେ ତାଳଚେର ଆଇଟିଆଇ ଛକରେ ଥିବା ସୁନା ଦୋକାନରୁ ସୁନା କିଣି ୫ଟି ଚେକ୍ ଦେଇଥିଲେ ।

ଏହାପରେ ସେପ୍ଟେମ୍ବର ମାସରେ ସେ ତାଳଚେର ଏସ୍ବିଆଇ ଶାଖାରେ ନିଜର ଆକାଉଣ୍ଟଅପଡେଟ କରିଥିଲେ । ପରେ ତାଙ୍କ ଆକାଉଣ୍ଟରୁ ୪ଲକ୍ଷ ୫୭ହଜାର ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଲେ । ସାଇଟ୍ରସ୍ ମନିପୁରମ୍ ନାମରେ ଏହି ଟଙ୍କା ଉଠାହେବା ଜାଣିବା ପରେ ସେ ଏ ସମ୍ପର୍କରେ ଏସ୍ବିଆଇରେ ଅଭିଯୋଗ କରିଥିଲେ । ପରବର୍ତ୍ତି ସମୟରେ ସେ ଓଡିଶା ପୋଲିସ ପୋଟାଲରେ ଏସ୍ପି କ୍ରାଇମ୍ବ୍ରାଞ୍ଚଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ଏହା ସହିତ ସେ ସାଇଟ୍ରସ୍ ମନିପୁରମ୍ର ରିଜିଓନାଲ ମ୍ୟାନେଜରଙ୍କୁ ଅଭିଯୋଗ କରିଥିଲେ । ଗତବର୍ଷ ଡିସେମ୍ବର୧୧ତାରିଖରେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତାଳଚେର ଅଞ୍ଚଳର ଜଣେ ଯୁବତୀ ଡାକ୍ତରଙ୍କ ଆକାଉଣ୍ଟରୁ ପଇସା ଉଠାଉଥିବା ତଦନ୍ତରୁ ଜଣାପଡିଥିଲା ।
ଯୁବତୀ ଜଣଙ୍କ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ଭାବେ ପରିଚୟ ଦେଇ ଡାକ୍ତର ସହିତ ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ସେ ଡାକ୍ତରଙ୍କ ଅଜାଣନ୍ତରେ କୌସଳକ୍ରମେ ଏଟିଏମ୍ କାର୍ଡ ଓ ଏହାର ପିନ୍ ନମ୍ବରକୁ ନେଇଯାଇଥିଲେ । ପରେ ବିଭିନ୍ନ କିସ୍ତିରେ ସେହି ଆକାଉଣ୍ଟରୁ ମୋଟା ଅଙ୍କର ଟଙ୍କା ଉଠାଇଥିଲେ । ଶେଷରେ ସେ ପୋଲିସ ହାତରେ ଧରା ପଡିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular