କଟକ: କଟକ ସହରରୁ ଆଉ ୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୧୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୮ଜଣ କଣ୍ଟେନମେଣ୍ଟ ଜୋନ୍ରୁ ରହିଥିବା ବେଳେ ୨୬ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୫ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ ।
ସ୍ଥାନୀୟ ସଂକ୍ରମିତମାନେ ହେଲେ ରାଣୀହାଟର ୪୦ ବର୍ଷୀୟ ବ୍ୟକ୍ତି, ଗଣ୍ଡରପୁରର ୫୫ ବର୍ଷୀୟ ବ୍ୟକ୍ତି, ବକ୍ସିବଜାରର ୨୭ ବର୍ଷୀୟା ଯୁବତୀ, ବକ୍ସିବଜାର ଧୋବି ଲେନର ୫୨ ବର୍ଷୀୟ ବ୍ୟକ୍ତି ଓ ଚାନ୍ଦିନୀଚୌକର ୮୨ ବର୍ଷୀୟ ବୃଦ୍ଧ । ସେହିପରି ଚାଉଳିଆଗଞ୍ଜର ୭୦ ବର୍ଷୀୟ ବୃଦ୍ଧ, ୫୧ ବର୍ଷୀୟା ମହିଳା ଏବଂ ୭୦ ବର୍ଷୀୟା ମହିଳା, ଜୋବ୍ରାର ୬୫ ବର୍ଷୀୟା ମହିଳା, ଜାଉଁଳିଆପତିର ୫୪ ବର୍ଷୀୟା ମହିଳା, ଥୋରିଆ ସାହିର ୨୬ ବର୍ଷୀୟା କରୋନା ଯୋଦ୍ଧା, ବାଦାମବାଡି ପୁରୁଣା ଏଲଆଇସି କଲୋନୀର ୨୫ ବର୍ଷୀୟା କରୋନା ଯୋଦ୍ଧା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ, କଟକ ସହରରେ ଏବେସୁଦ୍ଧା ୧୪୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୯୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ଜଣ ପ୍ରାଣ ହରାଇଥିବା ବେଳେ ୭୬୭ଟି ସକ୍ରିୟ କେସ୍ ରହିଛି ।



Visitors Today : 0
Total Visitors : 130558
Total Views : 9892113
Visitors Online Now : 0