spot_img

ଭୂମିକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୮ ତ୍ରୀବତାର ଭୂମିକମ୍ପ ରେକର୍ଡ କରାଯାଇଛି। ଏହାର ଗଭୀରତା ୧୬ କିଲୋମିଟର ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୧୦ ମିନିଟରେଏହି ଭୂମିକମ୍ପ ଅନୁଭୂତ ହୋଇଥିବାର ସୂଚନା ମିଳିଛି । ଏହି ଭୂମିକମ୍ପ ପ୍ରାୟ ୫ରୁ ୭ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ରହିଛି।

ବ୍ରହ୍ମପୁରଠାରୁ ପ୍ରାୟ ୭୩ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ରହିଥିବା ପାଣିପାଗ ବିଭାଗ କହିଛି । ଭୂକମ୍ପ ଅନୁଭୂତ ହେବା ସମୟରେ ଘରଦ୍ବାର ଦୋହଲିବାରୁ ଭୟରେ ବହୁ ଲୋକେ ପଦାକୁ ବାହାରି ଆସିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular