spot_img

କେରଳ ଭୂସ୍ଖଳନରେ୧୮ ମୃତ

କେରଳରେ ପ୍ରବଳ ବର୍ଷା ପରେ ଇଡୁକ୍କି ଜିଲ୍ଲାରେ ଏକ ବଡ ଧରଣର ଭୂସ୍ଖଳନ ହୋଇଛି । ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେମାନେ ମାଟି ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି । ଏହି ଭୂସ୍ଖଳନ ଯୋଗୁଁ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଛି । ଭୋର୍ ସମୟରେ ଏହି ଭୟଙ୍କର ବିପର୍ଯ୍ୟୟ ଘଟିଛି । ଇଡୁକ୍କିର ରାଜମଲାଇ ଅଞ୍ଚଳରେ ଟି ଇଷ୍ଟେଟ୍ କର୍ମଚାରୀଙ୍କର ଏକ ବସତି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା । ଏଠାରେ ପ୍ର୍ରାୟ ୮୪ ଜଣ ରହୁଥିଲେ । ଭୂସ୍ଖଳନ ସମୟରେ ଅଧିକାଂଶ ଲୋକେ ଶୋଇଥିବାରୁ ସେମାନେ ନିଜ ଜୀବନ ବଞ୍ଚାଇ ପାରି ନାହାନ୍ତି । ସେଥିମଧ୍ୟରୁ ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ସହ ଏରାଭିକୁଲମ୍ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରବଳ ବର୍ଷାରେ ୧୮ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଛି । ଇଡୁକ୍କି ଜିଲ୍ଲାରେ ଲଗାତାର ୩ ଦିନ ଧରି ପ୍ରବଳ ବର୍ଷା ହେଉଥିବାରୁ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ ହୋଇଯାଇଥିଲା । ଏନଡିଆରଏଫ ଟିମ୍ ସହ ରାଜ୍ୟ ଅଗ୍ନିସେବା ବିଭାଗରେ ୫୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular