କେରଳ କୋଝିକୋଡରେ ଘଟିଛି ଏକ ବଡ ବିମାନ ଦୁର୍ଘଟଣା । ଘଟଣାସ୍ଥଳରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଶୁକ୍ରବାର ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ ଦୁର୍ଘଟଣାଗ୍ରସ୍ଥ ହୋଇଛି । କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ବିମାନଟି ରନୱେରୁ ସ୍ଲିପ ହୋଇ ୩୫ ଫିଟ ଗଭିର ଖାଇରେ ପଡିଥିଲା । ଫଳରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଛି । ଘଟଣାସ୍ଥଳରେ ପାଇଲଟ ଓ ସହଯୋଗୀ ପାଇଲଙ୍କ ମୃତ୍ୟୁ ସହ ୧୨୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଦିଲ୍ଲୀ ଓ ମୁମ୍ବାଇରୁ ନିକଟସ୍ଥ ମର୍ସି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଖବର ପାଇ ବିଦେଶ ରାଜ୍ୟମନ୍ତ୍ରୀ ବି ମୂରଲୀଧରଣ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିମାନ ଦୁର୍ଘଟଣା ପରେ ରିଲିଫ୍ କାର୍ଯ୍ୟ ପାଇଁ ଦିଲ୍ଲୀ ଓ ମୁମ୍ବାଇରୁ କେରଳକୁ ୨ଟି ବିମାନ ଯାଇଛି । ତଦନ୍ତ ପାଇଁ ଘଟଣାସ୍ଥଳରେ ବିଭିନ୍ନ ଟିମ୍ ସଦସ୍ୟ ପହଞ୍ଚି ଛାନଭିନ୍ କରୁଛନ୍ତି । ଏଏଆଇବି, ଡିଜିସିଏ ଓ ବିମାନ ନିରାପତ୍ତା ଟିମ୍ ଦ୍ୱାରା ତଦନ୍ତ ଆରମ୍ଭ କରାଯାଇଛି । ସେପଟେ ବିମାନର ଡିଜିଟାଲ ଫ୍ଲାଇଟ୍ ଡାଟା ରେକର୍ଡର ଉଦ୍ଧାର କରାଯାଇଛି ।
କୋଭିଡ-୧୯ ଯୋଗୁଁ ବିଭିନ୍ନ ଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ‘ବନେ୍ଦ ଭାରତ’ ମିସନ ଆରମ୍ଭ କରିଛନ୍ତି । ଏହି ମିସନ ଆଧାରରେ ଫ୍ଲାଇଟ ସଂଖ୍ୟା ଆଇଏକ୍ସ-୧୩୪୪ରେ ଦୁଇ ପାଇଲଟ୍, ୬ ଚାଳକ ଦଳ ସଦସ୍ୟ ଓ ୧୦ ଶିଶୁଙ୍କ ସମେତ ମୋଟ ୧୮୪ ଜଣ ଯାତ୍ରୀ ଭାରତ ଫେରୁଥିଲେ । ବିମାନଟି ଦୁବାଇରୁ ଅପରାହ୍ନ ୪ଟା ୪୫ ମିନିଟରେ ଉଡାଣ କରିଥିବା ବେଳେ ସଂନ୍ଧ୍ୟା ୭.୪୫ ମିନିଟରେ କୋଝିକୋଡ ପହଞ୍ଚିଥିଲା । ତେବେ ଭୀଷଣ ବର୍ଷା ଯୋଗୁ ରନୱେରୁ ଘସି ଦୁର୍ଘଟଣାଗ୍ରସ୍ଥ ହୋଇଛି । ଦୁର୍ଘଟଣାଗ୍ରସ୍ଥ ବିମାନର ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ୦୪୯୫-୨୩୭୬୯୦୧ ନମ୍ବରରେ ଫୋନ କରି ଯାତ୍ରୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇପାରିବ ବୋଲି କୋଝିକୋଡ ଜିଲ୍ଲାପାଳ କହିିଛନ୍ତି । ଏହି ସହିତ ଅନ୍ୟ ତିନୋଟି ନମ୍ବର ଜାରି କରାଯାଇଛି । ବିମାନ ଦୁର୍ଘଟଣା ଲାଗି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଥିବା ସହ ଏନେଇ ପ୍ରଧାନମନ୍ତ୍ରୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଓଡିଶା ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0