spot_img

ଘରୋଇ ହସ୍ପିଟାଲ ପାଇଁ ଆସିଲା ନୂଆ ନିର୍ଦ୍ଦେଶାବଳୀ

ରାଜ୍ୟ ସରକାର ପୁଣି ଘରୋଇ ହସ୍ପିଟାଲ ପାଇଁ ଆଉ ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କେବଳ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନୁହେଁ ଏଣିକି ରାଜ୍ୟରେ ଘରୋଇ ହସ୍ପିଟାଲ ଗୁଡିକରେ ମଧ୍ୟ କରୋନା ସଂକ୍ରମିତଙ୍କୁ ଚିକତ୍ସା ଯୋଗାଇ ଦିଆଯିବ । ୩୦ରୁ ଅଧିକ ଶଯ୍ୟା ବ୍ୟବସ୍ଥା ଥିବା ଘରୋଇ ହସ୍ପିଟାଲ କୋଭିଡ୍ କେନ୍ଦ୍ର ଖୋଲିବେ । ସେଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ଚିକତ୍ସା ବ୍ୟବସ୍ଥା କରିବେ । ଏପରିକି ହସ୍ପିଟାଲରେ ଆଉ ୩୦ କିମ୍ବା ତା ଠାରୁ ଅଧିକ ଶଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଡାକ୍ତରଖାନାରେ ରୋଗୀ ନିଜ ଖର୍ଚରେ ହୋଇପାରିବେ ଚିକତ୍ସା । ଡାକ୍ତରଖାନା ଏଥିପାଇଁ ଅଦିକ ଅର୍ଥ ଆଦାୟ କରିପାରିବେ ନାହିଁ । ରୋଗୀଙ୍କୁ କରୋନା ପରୀକ୍ଷା ରିପୋର୍ଟ ହସ୍ତାନ୍ତର କରିବା ସହ ପରିବାର ଲୋକଙ୍କୁ ନିୟମିତ ସୂଚନା ଦିଆଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular