ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଡ଼ାକ୍ତରଖାନାର ଜଣେ ଡ଼ାକ୍ତର ଓ ତାଙ୍କ ଡ୍ରାଇଭର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷପ ନିଆଇଛି । ମୁଖ୍ୟା ଚିକିତ୍ସାଳୟର ଓପିଡ଼ି ଆଜି ଓ କାଲି ବନ୍ଦ ହେବା ନେଇ ସିଡ଼ିଏମଓ ସୂଚନା ଦେଇଛନ୍ତି । ଓପିଡ଼ି ବନ୍ଦ ରହିଲେ ବି ଜରୁରୀକାଳୀନ ସେବା ଚାଲୁ ରହିବ ବୋଲି ମେଡ଼ିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୮୪୫ ପହଞ୍ଚିଛି । ସେଥିମଧ୍ୟରୁ ୬୦୩ ସୁସ୍ଥ ହୋଇ ସାରିଲେଣି । ୨୪୩ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନା ଯୋଗୁଁ ଜିଲ୍ଲାରେ ୪ଜଣ ଆଖି ବୁଜି ସାରିଲେଣି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0