spot_img

ଚିକିତ୍ସା ଅବହେଳାରୁ ଚାଲିଗଲା ନବଜାତ ଶିଶୁର ଜୀବନ

ଢେଙ୍କାନାଳ: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ଚାଲିଗଲା ଜୀବନ । ଟଙ୍କା ନ ଦେବାରୁ ଚିକିତ୍ସା ପାଇଁ ଆସିଲେନି ଡାକ୍ତର ଓ ନର୍ସ । ଢେଙ୍କାନାଳ ଜିଲ୍ଳା ରେ ଘଟିଛି ଏଭଳି ଏକ ଦୁଖଃନୀୟ ଘଟଣା । ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ମୁତାବକ, ଗତକାଲି ରାତିରେ ଢେଙ୍କାନାଳ କାରିଗର ସାହିର ଜଣେ ଗର୍ଭବତୀ ମହିଳା ପିଙ୍କି ବେହେରାଙ୍କ ଜନନୀ ଯନ୍ତ୍ରଣା ଯୋଗୁଁ ଡାକ୍ତରଖାନାର ମହିଳା ଓ ପ୍ରସୂତୀ ବିଭାଗରେ ଆଡମିଶନ ହୋଇଥିଲେ । ତେବେ ପ୍ରସବ କରାଇବା ପାଇଁ ଡାକ୍ତର ଓ ନର୍ସ ୧୨ ହଜାର ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ଚିକିତ୍ସା ପାଇଁ କେହି ଆସି ନ ଥିଲେ । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହସ୍ପିଟାଲ ସମ୍ମୁଖରେ ପରିବାର ଲୋକେ ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular