ନୂଆଦିଲ୍ଲୀ: ଦେଶରେ ନୂଆ ସିଏଜି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟପତି ରାମନାଥ କୋବିନ୍ଦ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । ଏହି ଶପଥ ଉତ୍ସବରେ ପୁରା କୋଭିଡ଼ ନିୟମ ପାଳନ ହୋଇଥିଲା । ଶ୍ରପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି, ନୂଆ ଦାୟିତ୍ୱ ପାଇଁ ଶ୍ରୀଯୁକ୍ତ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜମ୍ମୁକାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ମିଳିଛି ଏହି ଗୁରୁଦାୟିତ୍ୱ ।
୧୯୭୮ ବ୍ୟାଚ ରାଜସ୍ଣାନ କ୍ୟାଡ଼ରର ଆଇଏଏସ ରାଜୀବ ମହର୍ଷିଙ୍କ ସ୍ଥାନରେ ମୁର୍ମୁ ଏହି ପଦ ସଂଭାଳିଛନ୍ତି । ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଚଂଳ ହେବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗିରୀଶ ମୁର୍ମୁ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ୩୭୦ ଧାରା ହଟାଇ ଜମ୍ମୁ – କାଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ । ଫଳରେ ଜମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଂଚଳ ହୋଇଥିଲା । ଏହାପରେ ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ ମୁର୍ମୁ । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0