ସ୍ୱାସ୍ଥ ଏଜେନ୍ସିର ଚିନ୍ତା ବଢାଉଛି ନୂଆ ସଂକ୍ରମଣ । ଜାଣନ୍ତୁ କେଉଁଥିରୁ ହେଉଛି ଏହାର ଉତ୍ପତ୍ତି ।
କୋରନା ମହାମାରୀ ସହ ବିଶ୍ୱ ଲଢୁଥିବା ବେଳେ ପୁଣି ଏକ ସଂକ୍ରମଣ ସ୍ୱାସ୍ଥ ଏଜେନ୍ସିର ଚିନ୍ତା ବଢାଇଛି । ଏହି ସଂକ୍ରମଣ ସଲମାନେଲା ନାମକ ଜୀବାଣୁ ଦ୍ୱାରା ପ୍ରଭାବିତ ହେଉଛି । କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ ଏହି ସଂକ୍ରମଣ ଏବେ ୩୪ ରାଜ୍ୟରେ ୪୦୦ ଲୋକଙ୍କ ଠାରେ ଦେଖାଦେଇଛି । ଏହି ରୋଗରେ କାନାଡାରେ ମଧ୍ୟ ୫୦ରୁ ଅଧିକ ଲୋକ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆମେରିକାର ସର୍ବବୃହତ ସ୍ୱାସ୍ଥ୍ୟ ଏଜେନ୍ସି ସେଣ୍ଟର ଫର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ (ସିଡିସି) ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି।
ବାସ୍ତବରେ ଆମେରିକାରେ ଲାଲ ଓ ହଳଦିଆ ପିଆଜରୁ ସଲମାନେଲା ବ୍ୟାକ୍ଟେରିଆର ସଂକ୍ରମଣ ଘଟିଛି । ଥୋମସନ୍ ଇଣ୍ଟରନ୍ୟାସନାଲ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ପିଆଜ ନ ଖାଇବା ପାଇଁ ସିଡିସି ନିଦେ୍ର୍ଦଶନାମା ଜାରି କରିଛି । ଯେଉଁ ମାନଙ୍କ ଘରେ ଏହି ପିଆଜ ଅଛି ସେସବୁକୁ ପିଙ୍ଗି ଦେବାକୁ ନିବେଦନ କରିଛନ୍ତି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ କାନାଡାରେ ମଧ୍ୟ ଏହି ବ୍ୟାକ୍ଟେରିଆ ସଂକ୍ରମଣ ଘଟିଛି । ଏହି ଜୀବାଣୁ ସଂକ୍ରମିତ ହେତୁ ସେଠାରେ ୬୦ ଜଣ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।ଏହି ସଂକ୍ରମଣ ପିଆଜରୁ ବଢୁଥିବା ନେଇ ଲୋକ ସନ୍ଦେହରେ ଅଛନ୍ତି ।ଆମେରିକୀୟ ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ (ଏଫଡିଏ)କହିଛି ଯେ ସଲମାନେଲା ସଂକ୍ରମଣ ମୂଳତ ଲାଲ୍ ପିଆଜ ଯୋଗୁଁ ଆମେରିକାର ୩୪ ଟି ଜିଲ୍ଲାରେ ସଂକ୍ରମିତ ହୋଇଛି । ସିଡିସି ଅନୁଯାୟୀ ଜୁନ ୧୯ରୁ ଜୁଲାଇ ୧୧ ମଧ୍ୟରେ ପ୍ରାରମ୍ଭିକ ମାମଲା ରିପୋର୍ଟ ହୋଇଥିଲା । ଏହାପରେ ସଂକ୍ରମଣ ମାମଲା ବୃଦ୍ଧି ପାଇଲା । ତେବେ ଖବର ଅନୁଯାୟୀ ଯୋଗାଣକାରୀ ସଂସ୍ଥା ତମସନ ଇଣ୍ଟରନ୍ୟାସନାଲ ଲାଲ, ଧଳା, ହଳଦିଆ ଅଦି ମିଠା ପିଆଜକୁ ଫେରାଇ ଆଣିଛନ୍ତି ।
ସିଡିସି ଅନୁଯାୟୀଏହି ଜୀବାଣୁ ସଂକ୍ରମିତ ହେଲେ ଅନେକ ପ୍ରକାର ରୋଗ ଦେଖା ଦେଇଥାଏ । ସଂକ୍ରମିତ ଲୋକଙ୍କ ଠାରେ ଡାଇରିଆ, ଜ୍ୱର ଓ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଇଥାଏ । ଏହିରୋଗର ଲକ୍ଷଣ ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଦେଖାଦେଇଥାଏ । ସଲମାନେଲା ବ୍ୟାକ୍ଟେରିଆ ସଂକ୍ରମଣ ଗୁରୁତର ହେଲେ ଏହା ଅନ୍ତନଳିରେ ପହଞ୍ଚି ଯାଏ ।ଏହି ସଂକ୍ରମଣ ପ୍ରାୟତ ପାଞ୍ଚ ବର୍ଷରୁ ଅଧିକ ପିଲା କିମ୍ବା ୬୫ ବର୍ଷରୁ ଅଧିକ ବୟସ୍କଙ୍କ ଠାରେ ପ୍ରଭାବିତ ହୋଇଥାଏ ।
Image of onion in market
ତେବେ ଏହି ବ୍ୟାକ୍ଟେରିଆର ସଂକ୍ରମଣ ପିଆଜରୁ ବ୍ୟାପିଥାଏ । ଏହି ସଂକ୍ରମଣର ପ୍ରାରମ୍ଭ ଆମେରିକା ଓ କାନାଡାକୁ ପିଆଜ ଯୋଗାଉଥିବା ଥୋମସନ୍ ଇଣ୍ଟରନ୍ୟାସନାଲ କମ୍ପାନୀର ଜରିଆରେ ପଦାକୁ ଆସିଛି । ତେବେ ସିଡିସି ଆଲର୍ଟ ଜାରି କରିବା ପରେ କମ୍ପାନୀ ଏହି ବିଷୟରେ ଅବଗତ ଅଛି ବୋଲି ସହମତ ଜଣାଇଛି । ସେଥିପାଇଁ ସେ ଯେଉଁ ଯେଉଁ ସ୍ଥାନକୁ ପିଆଜ ପଠାଇଥିଲେ ସେଠାରୁ ଫେରାଇ ଆଣୁଛନ୍ତି ବୋଲି କହିଛନ୍ତି ।