ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳାରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି । ତିନି ଦିନ ତଳେ ଜିଲ୍ଳାରେ ଆକ୍ଟିଭ କେସ ଥିଲା ୩୭ ଶହରୁ ଅଧିକ । ଆଜି ଜିଲ୍ଲାରେ ଆକ୍ଟିଭ କେସ ସଂଖ୍ୟା ୨ହଜାର ପାଖାପାଖି ରହିଛି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ ।
ସେ କହିଛନ୍ତି ସୁସ୍ଥ ହେଉଥିବା ଲୋକଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉନି । ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୧ହଜାର କୋଭିଡ଼ ବନ୍ଧୁ କାମ କରୁଛନ୍ତି । ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କାମ ଚାଲିଛି । ମଙ୍ଗଳବାର ସୁଦ୍ଧା ସରିଯିବ । ଗଞ୍ଜାମ ଜିଲ୍ଳାରେ କରୋନା ଏବେ ନିମ୍ନଗାମୀ ହେବା ଦେଖାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0