ବଲିଉଡରେ ଚାଲିଛି ରିମିକ୍ସର ଜମାନା । ପ୍ରତିଟି ପୁରୁଣା ଗୀତରେ ଦିଆଯାଉଛି ନୂଆ ଛୁଙ୍କ । ପୁରୁଣା ଗୀତରେ କିଛି ନୂଆ ଲାଇନ୍ ଯୋଡ଼ି ତାକୁ ନୂଆ ରୂପରେ ଶ୍ରୋତାଙ୍କ ସାମ୍ନାରେ ରଖାଯାଉଛି । ଏଇ ଯେମିତି ‘ପାସ୍ ଆଓ ନା’ ଗୀତ । ଏହାକୁ ସାଧାରଣତଃ ଆମେ ‘କ୍ଲୋଜ୍ ଅଫ୍’ ପେଷ୍ଟ୍ ବିଜ୍ଞାପନରେ ଶୁଣିଛେ । କିନ୍ତୁ ଏହି ଗୀତର ରିମିକ୍ସ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ‘ରାବ୍ତା’ ଫିଲ୍ମରେ ଶୁଣିବାକୁ ମିଳିଥିଲା । ଗୀତଟିକୁ ଅମାଲ ମଲ୍ଲିକ୍, ଅରମାନ୍ ମଲ୍ଲିକ୍ ଓ ପ୍ରକ୍ରିତି କକ୍କର ଗାଇଛନ୍ତି । ମୂଳ ଗୀତଟିକୁ ଗାଇଥିଲେ ବଲିଉଡ଼୍ର ପ୍ରଖ୍ୟାତ ଗାୟିକା ସୋନା ମହାପାତ୍ର ।

ପ୍ ବରଷା ପାନି’ ଗୀତଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା । ପୁରୁଣା ଗୀତଟିକୁ ୯୦ ଦଶକର ହିଟ୍ ଯୋଡ଼ି ଉଦିତ୍ ନାରାୟଣ ଓ ଅଲ୍କା ୟାଗ୍ନିକ୍ ଗାଇଥିଲେ । ଏବେ ଏହି ଗୀତକୁ ପୁଣି ଏକ ନୂଆ ଢଙ୍ଗରେ ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ବ୍୍ୟବହାର କରାଯିବା ନେଇ ସୂଚନା ମିଳିଛି । ତେବେ ନୂଆ ଗୀତଟି ପୁରୁଣା ଗୀତର ଲୋକପ୍ରିୟତାକୁ ଛୁଇଁପାରୁଛି କି ନାହିଁ ଦେଖିବାକୁ ବାକି ରହିଲା ।

୨୦୦୪ରେ ପରଦାକୁ ଆସିଥିଲା ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ମୁସାଫିର’ । ଫିଲ୍ମରେ ଥିବା ‘ଓ ସାକି ଓ ସାକି’ ଗୀତ ଯୋଗୁଁ ହିଟ୍ ହୋଇଥିଲା ଫିଲ୍ମ । ଗୀତଟିରେ କୋଏନା ମିତ୍ରଙ୍କ ନୃତ୍ୟ ଆଜିବି ମତୁଆଲା କରେ । ବିଶାଲ- ଶେଖର ନିଦେ୍ର୍ଦଶନାରେ ଏହି ଗୀତଟିକୁ ଗାଇଥିଲେ ସୁଖବିନ୍ଦର ସିଂହ ଓ ସୁନିଧି ଚୌହାନ୍ । ଏବେ ରିମିକ୍ସର ଜମାନା ଚାଲିଥିବାରୁ ସେହି ଗୀତର ରିମିକ୍ସ କରାଯାଇଛି । ଏହି ଗୀତଟିକୁ ଜନ୍ ଆବ୍ରାହମ୍ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍’ରେ ଦେଖିବାକୁ ପାଇଥିଲେ ଦର୍ଶକ । ଏବେକାର ଗୀତଟିକୁ ନେହା କକ୍କର, ତୁଲସି କୁମାର ଓ ବି ପ୍ରାକ୍ ଗାଇଛନ୍ତି । ସମାନ ଲିରିକ୍ସ ଥିଲେ ମଧ୍ୟ ଏଥିରେ ନୂଆ ଛୁଙ୍କ ଯୁବପିଢ଼ିଙ୍କୁ କରିଛି ମତୁଆଲା ।

ଗୀତ ଯେତିକି ପୁରୁଣା ସେତିକି ମନଛୁଆଁ ଓ ହୃଦୟସ୍ପର୍ଶି । ଏହାକୁ ବୋଧେ ହୃଦୟଗମ କରିଛନ୍ତି ମିଜ୍ୟୁକ୍ କମ୍ପୋଜରମାନେ । ସେଥିପାଇଁ ପୁରୁଣା ଗୀତରେ ନୂଆ ତଡକା ଲଗାଇ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ତାଙ୍କ ପସନ୍ଦ ଗୀତ ସହ । ଫିଲ୍ମ ‘ସିର୍ଫ ତୁମ’ ର ବହୁ ପପୁଲାର ସଙ୍ଗ୍ ‘ଦିଲବର ଦିଲବର’ର ରିମେକ୍ ଦେଖିବାକୁ ମିଳିଛି ଇଣ୍ଡଷ୍ଟ୍ରିରେ । ଅଲକା ୟାଗନିକ୍ନ୍ ଗାଇଥିବା ଏହି ସଙ୍ଗକୁ ପୁଣି ଥରେ ନେହା କକ୍କର, ଧବନୀ ଭାନୁସାଲି ଓ ଇକ୍କାଙ୍କ କଣ୍ଠରେ ଶୁଣିବାକୁ ମିଳିଛି । ସିରଫ୍ ତୁମର ଓରିଜନାଲ ଗୀତଟିରେ ସଞ୍ଜୟ କପୁର, ସୁସ୍ମିତା ସେନ ଓ ପ୍ରିୟା ଗିଲ ଅଭିନୟ କରିଥିଲେ । ଫିଲ୍ମ ‘ସତ୍ୟମେବ ଜୟତେ’ ରେ ଏହି ଗୀତଟିକୁ ପୁଣି ଥରେ ଦେଖିବାକୁ ମିଳିଛି । ଗୀତଟିର ସଙ୍ଗୀତ ନିର୍ଦେଶନା ତନିକ୍ସ ବାଗଚି ଦେଇଥିବା ବେଳେ ନୋରା ଫତେଇ ଅଭିନୟ କରିଛନ୍ତି ।

୧୯୮୮ ମସିହାରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଘରେ ଘରେ ପରିଚିତ କରାଇଥିଲା ‘ଏକ ଦୋ ତିନ’ ଗୀତ । ‘ତେଜାବ, ଦ ଲଭ ଷ୍ଟୋରି’, ଫିଲ୍ମର ଏହି ଧୁନ୍ ସହ ମାଧୁରୀଙ୍କ ନୃତ୍ୟର ଦିୱାନା ହୋଇଥିଲେ ସମସ୍ତେ । ତାର ୩୦ ବର୍ଷ ପରେ ‘ବାଗି-୨’ ଚଳଚିତ୍ରରେ ଏହି ଗୀତକୁ ନୂଆ ରୂପରେ ଦେଖିବାକୁ ମିଳିଛି । ରୂପର ମାନସୀ ଜ୍ୟାକଲିନ ଫର୍ଣ୍ଣାଡିଜ୍ ଏହି ଗୀତରେ ଅଭିନୟ କରି ଦର୍ଶକଙ୍କଠାରୁ ସାଉଁଟିଛନ୍ତି ଅନେକ ପ୍ରଶଂସା । ପୁରୁଣା ଗୀତଟି ଲତା ମଙ୍ଗେସ୍କର ଓ କିଶୋର କୁମାର ଗାଇଥିବା ବେଳେ ନୂଆ ଗୀତଟିରେ ଶ୍ରେୟା ଘୋଷାଲ କଣ୍ଠଦାନ କରିଛନ୍ତି । ନୂଆ ଗୀତଟିକୁ ଟି ସିରିଜ ପ୍ରସ୍ତୁତ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0