ନୂଆଦିଲ୍ଲୀ ୧୭।୬: ଭାରତ ଓ ଚୀନ୍ ସୀମାନ୍ତ ଅଞ୍ଚଳ ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୯ ତାରିଖ ସନ୍ଧ୍ୟା ୫ଟା ବେଳେ ସର୍ବଦଳୀୟ ବୈଠକ ଡାକିଛନ୍ତି ।
ରଜନୈତକ ଦଳଙ୍କ ଅଧ୍ୟକ୍ଷମାନଙ୍କୁ ବୈଠକରେ ଯୋଗଦେବାକୁ ପିଏମଓଙ୍କ କାର୍ୟ୍ୟାଳୟ ଟ୍ୱିଟ କରି ସୂଚନା ଦିଆଯାଇଛି କରାଯାଇଛି। ଏହି ଭର୍ଚ୍ୟୁଆଲ୍ ବୈଠକରେ ବିଭିନ୍ନ ରାଜନୈତିକ ଦଳର ଅଧ୍ୟକ୍ଷମାନେ ଅଂଶଗ୍ରହଣ କରିବେ।
ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜଓ ଲିଜିଆନ୍ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ଚୀନ୍ ପଟରୁ ଆମେ ଆଉ ସଂଘର୍ଷ ଦେଖିବାକୁ ଚାହୁଁନାହୁଁ। ପୂର୍ବରୁ ଭାରତ କହିଛି ଯେ, ଉତ୍ତେଜନା ପ୍ରଶମନ ପ୍ରକ୍ରିୟା ଚାଲିଥିବା ବେଳେ ଚୀନ୍ ସୈନିକମାନେ ଭାରତୀୟ ସୈନିକମାନଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ, ପ୍ରତିରକ୍ଷା ମନ୍ତ୍ରାଳୟ ଆହୁରି କହିଛି ଯେ, ଆଲୋଚନା ମାଧ୍ୟମରେ ଭାରତ ବିବାଦର ସମାଧାନ କରିବାକୁ ପ୍ରସ୍ତୁତ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0