ଭୁବନେଶ୍ବର୧୮/୬:କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉନ୍ନତିମୂକଳ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, କରୋନା ସହିତ ଆମର ଯୁଦ୍ଧ ଏକ ଲମ୍ବା ଲଢ଼େଇ। ତେଣୁ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏବେ ପ୍ରତ୍ୟେକ ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍ ପ୍ରତିଷ୍ଠା କରାଯିବ। ସେଥିରେ ୧୦ରୁ ୨୦ ଜଣ ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ହଜାର ଲୋକଙ୍କର ରହିବା ପାଇଁ ବ୍ୟବସ୍ଥା କରିପାରିବ। ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ୍ ନିଆ ନ ଯାଇ ପ୍ରଥମେ କୋଭିଡ କେୟାର ହୋମ୍କୁ ଅଣାଯିବ। ଟେଷ୍ଟିଂ ପରେ ଯଦି କୋଭିଡ ପଜିଟିଭ୍ ଆସେ ତେବେ ଯାଇ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବ। ଏହାସହ ଓ୍ବାର୍ଡ ସ୍ତରୀୟ କୋଭିଡ୍ କମିଟି ଗଠନ ହେବ। କମିଟିରେ ରହିବେ ଆଶା, ଅଙ୍ଗନବାଡ଼ି କର୍ମୀ ANM, SGH ସଦସ୍ୟ। ‘କରୋନା ଚିକତ୍ସା ପଦ୍ଧତି ବାହାରି ନାହିଁ’। ତେଣୁ ସତର୍କତା ହିଁ ଆମ ପାଇଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0