ବରଗଡ: ବରଗଡ ଜିଲ୍ଲା ପାଇକମାଳ ଥନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି । ଏହି କ୍ୟାମ୍ପରୁ ଗୁଳି ସହ ସେମାନଙ୍କ ବ୍ୟବହୃତ ସାମଗ୍ରୀ ସୁରକ୍ଷାକର୍ମୀ ଜବତ କରିଛନ୍ତି । ଗନ୍ଧମାର୍ଦ୍ଦନ ପାହାଡରେ ବରଗଡ ଓ ବଲାଙ୍ଗୀର ଏସଓଜି ମିଳିତ ଭାବେ କମ୍ବିଂ କରିଥିଲେ । ଏହି ସମୟରେ ନକ୍ସଲ କ୍ୟାମ୍ପ ଥିବା ସୂଚନା ପାଇଥିଲେ । ତେବେ ସୁରକ୍ଷାକର୍ମୀ ମାନେ ଆସୁଥିବା ଦେଖି ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ କିଛି ସମୟ ଧରି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରବଳ ଗୁଳି ବର୍ଷା ଯୋଗୁ ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ତେବେ ଏହି କ୍ୟାମ୍ପରେ ୧୦ ରୁ ୧୫ ଜଣ ନକ୍ସଲ ଥିବା ପୋଲିସ ସନ୍ଦେହ କରୁଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0