ନୂଆଦିଲ୍ଲୀ : ଚୀନ ସହ ବଢିଚାଲିଥିବା ବିବାଦ ପ୍ରସଙ୍ଗରେ ଏକ କଡ଼ା ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସୁକାଇଲେ ତାହାର ଏକ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ।
ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭରେ ଗଲୱାନ ସହିଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳୀ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଏହି ଅବସରରେ ନିଜର ବକ୍ତବ୍ୟ ରଖି ମୋଦୀ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ଭାରତ ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାକୁ ସକ୍ଷମ। ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଆମର ବୀର ଯବାନମାନେ ଶତ୍ରୁକୁ ମାରି ମାରି ମରିଗଲେ । କିନ୍ତୁ ସେମାନଙ୍କ ବଳିଦାନ ବେକାର ଯିବ ନାହିଁ । ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ଏହି ଘଟଣାରେ ଚୀନର ସବୁଠାରୁ ଅଧିକ ଯବାନ ମୃତାହତ ହୋଇଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ । ଶାନ୍ତି ଓ ସଦ୍ଭାବ ଭାରତର ଲକ୍ଷ୍ୟ, କିନ୍ତୁ ବୀରତ୍ୱ ଓ ବିକ୍ରମ ମଧ୍ୟ ଆମ ପରମ୍ପରା ରହିଆସିଛି । ଭାରତକୁ ଉସୁକାଇଲେ, ଏକ ଦୃଢ ଜବାବ ଦେବାକୁ ସକ୍ଷମ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0