ପୁରୀ: ସ୍ନାନଯାତ୍ରା ପର ଠାରୁ ଅଣସର ଘରେ ଅସୁସ୍ଥ ଥିବା ମହାପ୍ରଭୁ ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହ ସୁସ୍ଥ ହେବା ଖବର ଗଜପତିଙ୍କୁ ଦିଆଯିବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ।
ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କୁ ଲାଗି ହୋଇଛି। ସୂଚନା ଅନୁଯାୟୀ ଗତକାଲି ଥିଲା ଖଳିଲାଗି ଏକାଦଶୀ । ଏହି ଅବସରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଳିଲାଗି ନୀତି କରାଯାଇଥିଲା । ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ ରଥଖଳାରେ ରଥନିର୍ମାଣ କାମ ପାଖାପାଖି ଶେଷ ହେବା ଉପରେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0