ଗୋପ: ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିବା ଘଟଣାରେ ୩୦ ଜଣଙ୍କୁ ପୋଲିସ ଉଠାଇ ନେଇଯାଇଥିବାର ଖବର ମିଳିଛି । ପୁରୀ ଜିଲ୍ଲାରେ ଗୋପ ଥାନାର ରେଢୁଆ ଗାଁରୁ ୨୦ ମହିଳା ଓ ୧୦ ଜଣ ପୁରୁଷଙ୍କୁ ପୋଲିସ ଉଠାଇ ନେଇଥିବାର ସୂଚନା ମିଳିଛି । ଗୋପ ଥାନା ପୋଲିସ ବିଳମ୍ବିତ ରାତିରେ ଗାଁରେ ପଶୀ ଉଠେଇ ନେଇଥିବା ଜଣାପଡିଛି । ଏବେ ରେଢୁଆ ଗାଁ ପୁରୁଷଶୂନ୍ୟ ହୋଇଯାଇଥିବା କୁହାଯାଇଛି । ସୁଚନା ମୁତାବକ, ଗତ ୬ ତାରିଖରେ ଗୋପ ଥାନା ପୋଲିସ ଅଭିଯୁକ୍ତଙ୍କ ଧରିବାକୁ ଯାଇ ଅନ୍ୟ ଲୋକଙ୍କ ଘରେ ପଶି ଯାଇଥିଲା । ଏହାର ପ୍ରତିବାଦରେ ଦୀର୍ଘ ୬ ଘଣ୍ଟା ଧରି ପୋଲିସକୁ ଅଟକ ରଖିଥିଲେ ଗ୍ରାମବାସୀ । ତେବେ ପୋଲିସ ୩୦ ଜଣଙ୍କୁ ଉଠାଇ ନେଇ ସମସ୍ତଙ୍କୁ ପୁରୀ ସ୍ଥାନାନ୍ତର କରିଥିବାର ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0