ଭୁବନେଶ୍ୱର: ଗତ ମାସ ମାଟ୍ରିକ ଫଳ ପ୍ରକାଶ ପାଇବା ପରେ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜିଠୁ ମାଟ୍ରିକ ସପ୍ଲି ମେଣ୍ଟାରି ପରୀକ୍ଷା ପାଇଁ ଫର୍ମପୂରଣ କରାଯିବା । ଅନଲାଇନ ଯୋଗେ ବୋର୍ଡ଼ ୱେବସାଇଟରେ ଫର୍ମପୂରଣ ବ୍ୟବସ୍ଥା କରାଯାଇଛି । ୧୮ ତାରିଖ ରାତି ୧୧ଟା ୪୫ମିନିଟ ଯାଏ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ପୂରଣ କରିପାରିବେ । ବୋର୍ଡ଼ ୱେବସାଇଡଟରେ www.bseodisha.ac.in ରେ ଅନଳାଇନ ଫର୍ମ ଓ ସବିଶେଷ ତଥ୍ୟ ଉପଲବଧ ରହିଛି ।
ସୂଚନାଅନୁଯାୟୀ ଗତ ଜୁଲାଇ ୨୯ରେ ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା । ତେବେ ପ୍ରଥମ ଥର ପାଇଁ ବୋର୍ଡ଼ର ପରୀକ୍ଷା କମିଟି ପକ୍ଷରୁ ଭିଡ଼ିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଥିଲା ।
ଚଳିତ ବର୍ଷ ଏସଏମଏସରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହୋଇଥିଲା । ଏବଂ ଏନେଇ ଏକ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଇଥିଲା । ତେବେ ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬ ପ୍ରତିଶତ ରହିଛି ଯାହା ଗତ ବର୍ଷ ଠାରୁ ଅଧିକ ରହିବା ସହ ପାସ ହାରରେ ପୁଅଙ୍କୁ ପଛରେ ପକାଇଥିଲେ ଝିଅ । ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0