spot_img

କରୋନା ସଙ୍କଟ: ଦେଶରେ ଦିନକରେ ସର୍ବାଧିକ ୧୦୦୭ ଜଣଙ୍କ ମୃତ୍ୟୁ

ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁର ମାନଚିତ୍ର ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି । ଭାରତରେ ଗତ ୨୪ ଘଣ୍ଟା ଭିତରେ କରୋନାରେ ୧ ହଜାର ୭ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ସକାଳ ସୁଦ୍ଧା କରାଯାଇଥିବା ଆକଳନ ଅନୁଯାୟୀ ରବିବାର ଦିନ ଭାରତରେ ୪୪ ହଜାର ୩୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ୧୫ହଜାର ୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବର୍ତ୍ତମାନ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ ହଜାର ୩ଶହ ୮୬ କୁ ବୃଦ୍ଧି ହୋଇଛି । ୬ ଲକ୍ଷ ୩୪ ହଜାର ୯ଶହ ୪୫ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୧୫ ଲକ୍ଷ ୩୫ହଜାର ୭ଶହ ୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular