spot_img

ରାଜ୍ୟରେ ମନ୍ଦିର ଖୋଲିବା ମାମଲାର ଶୁଣାଣି କରିବେ ହାଇକୋର୍ଟ

କଟକ: ପୁରୀ ଶ୍ରୀମନ୍ଦିର ସହ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଆଜି ଶୁଣାଣି ହେବ । ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାରେ ଆଜି ଶୁଣାଣି କରିବେ ମାନ୍ୟବର ହାଇକୋର୍ଟ ।

ରାଜ୍ୟରେ ମନ୍ଦିର ଖୋଲିବା ନେଇ ତ୍ରିଲୋଚନ ରଥଙ୍କ ସମେତ କାକଟପୁର ମା ମଙ୍ଗଳାଙ୍କ ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ମାମଲା ଦାଖଲ କରିଛନ୍ତି । ମକଦ୍ଦମା ଦୁଇଟି ୧୩ ଏବଂ ୧୪ ସିରିଅଲ ନମ୍ବରରେ ଅଛି । ତେବେ ଆଜି ଏହି ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଶୁଣାଣି କରିବେ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମନ୍ଦିର ଭିତରକୁ କୌଣସି ବାହାର ଲୋକ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular