କଳାହାଣ୍ଡି : କରୋନା ଆକ୍ରାନ୍ତ ସଂଖ୍ୟା ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କଳାହା ଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କେସିଙ୍ଗା ଏନଏସିକୁ ସଟଡ଼ାଉନ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସଟଡ଼ାଉନ ରହିବ କେସିଙ୍ଗା ଏନଏସି ।
ସେହିପରି ଜୁନାଗଡ଼ ଏନଏସିକୁ ଆସନ୍ତା ୧୨ ଓ ୧୩ ତାରିଖରେ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ୱାର୍ଡ ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି କରି ତାଙ୍କ ତତ୍ୱାବଧାନରେ ସମସ୍ତଙ୍କୁ ସ୍କ୍ରିନିଂ ଓ ଯାହାର ଲକ୍ଷଣ ଥିବ ତାକୁ କୋଭିଡ ଟେଷ୍ଟ ର ବ୍ୟବସ୍ଥା କରାଯାଇଛି।କେସିଙ୍ଗା ପାଇଁ ୯୬ ଜଣ କର୍ମଚାରୀ ଙ୍କୁ ନିଯୁକ୍ତି କରାଯାଇଛି। ଫଳରେ ସମସ୍ତ ଦୋକାନ ବଜାର ,ଯାନବାହନ ବନ୍ଦ ରହିଛି।ଖାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି । ଯଦି କେହି କୋଭିଡ଼ କଟକଣା ଭାଙ୍ଗୁଥିବାର ନଜରକୁ ଆସେ, ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0