ଭୁବନେଶ୍ୱର : ଆଜି ରାଜ୍ୟରେ ୧୫୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪ ଜଣଙ୍କର ମୃତୁ୍ୟ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଗଞ୍ଜାମରୁ ସର୍ବାଧିକ ୬, ଖୋର୍ଦ୍ଧା ଓ ନୟାଗଡ଼ରୁ ୩ଜଣ ଲେଖାଏଁ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ଘଟିଛି ।
ଗଞ୍ଜାମର ୫ ଜଣ ମୃତକ ପୁରୁଷଙ୍କ ମଧ୍ୟରେ ଦୁଇଜଣଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୮୫, ୬୫ ଓ ୫୫ ବର୍ଷ। ଗଞ୍ଜାମର ଯେଉଁ ମହିଳା ପ୍ରାଣ ହରାଇଛନ୍ତି , ତାଙ୍କର ବୟସ ହେଲା ୭୦ ବର୍ଷ। ନୟାଗଡ଼ରେ ୭୮, ୩୪ ଓ ୩୦ ବର୍ଷିୟ ପୁରୁଷଙ୍କ ପ୍ରାଣହାନି ଘଟିଛି। ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଜଣେ ୮୪ ବର୍ଷ ବୟସ୍କା ମହିଳା ଥିବା ବେଳେ ଦୁଇ ଜଣ ପୁରୁଷ ଅଛନ୍ତି ଯେଉଁମାନଙ୍କ ବୟସ ଯଥାକ୍ରମେ ୮୨ ଓ ୬୯ ବର୍ଷ। ସୁନ୍ଦରଗଡ଼ରେ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଉକ୍ତ ପୁରୁଷଙ୍କ ବୟସ ୭୨ ବର୍ଷ ବୋଲି ଜଣାଯାଇଛି। ଅପରପକ୍ଷରେ ରାୟଗଡ଼ାରେ ଜଣେ ୪୬ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ ୩୧,୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସକ୍ରମିତଙ୍କ ସଂଖ୍ୟା ୧୫,୩୩୪ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0