spot_img

କିଡନି ରୋଗୀଙ୍କୁ ମିଳୁନି ଡାଏଲିସିସ୍ ବ୍ୟବସ୍ଥା

କଟକ: କିଡନି ରୋଗୀଙ୍କ ପାଇଁ କାଳ ସାଜିଛି କରୋନା । କରୋନା ସଂକ୍ରମିତ କିଡନି ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଡାଏଲିସିସ୍ ବ୍ୟବସ୍ଥା ମିଳୁନି । ଯାହାଫଳରେ ୪ଜଣଙ୍କର ମୃତ୍ୟୁ ହୋଇଗଲାଣି । ଗତକାଲି ଜଣେ ଜଗତସିଂହପୁର ଜିଲ୍ଲାର କିଡନି ରୋଗୀଙ୍କ ଡାଏଲିସିସ୍ ହୋଇ ପାରୁ ନ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । କୋଭିଡ୍ ହସ୍ପିଟାଲରେ ଡାଏଲିସିସ୍ ରେଗୀଙ୍କ ପାଇଁ ସ୍ଥାନ ଅଭାବ ସମସ୍ୟା ରହିଥିବାରୁ ରୋଗୀଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହୋଇପଡିଲାଣି । ଏସସିବିରେ ଆଣ୍ଟିଜେନ୍ ଟେଷ୍ଟ ବିନା ରେଗୀଙ୍କୁ ୱାର୍ଡରେ ଭର୍ତ୍ତି କରାଯିବନି ବୋଲି ସରକାରୀ ନିର୍ଦ୍ଦେଶ ରହିଛି । ବିଭିନ୍ନ ବିଭାଗରେ କେବଳ ରେଗୀଙ୍କ ପରୀକ୍ଷା କରାଯାଉଥିବାବେଳେ ସଂର୍ମ୍ପକୀୟ ପରୀକ୍ଷା ହେଉନି । କିନ୍ତୁ ନେଫ୍ରୋଲୋଜି ବିଭାଗ ଓପିଡିକୁ ଡାଏଲିସିସ୍ ପାଇଁ ଆସୁଥିବା ରେଗୀ ଓ ସର୍ମ୍ପକୀୟଙ୍କ ମଧ୍ୟ ଆଣ୍ଟିଜେନ ପରୀକ୍ଷା ହେଉଛି । ଅନେକ କ୍ଷେତ୍ରରେ ରୋଗୀଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ ସର୍ମ୍ପକୀୟଙ୍କ ରିପୋର୍ଟ ପଜିଟିଭ ଆସୁଥିବା ଏହାକୁ ନେଇ ସମସ୍ୟା ଉପୁଜୁଛି । ଏସସିବିରେ ସଧାରଣ ଡାଏଲିସିସ୍ ରେଗୀ ଓ କରୋନା ସଂକ୍ରମିତ ଡାଏଲିସିସ୍ ରୋଗୀ ଏକାଠି ଚିକିତ୍ସା ହେଲେ ସମସ୍ତେ କରୋନା ସଂକ୍ରମିତ ହେବେ । ତେଣୁ ଭାଗ ଭାଗ କରି ଅଲଗା ଡାଏଲିସିସ୍ କରାଯାଉଛି । ତବେ ରାଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରୋଗୀଙ୍କ ସର୍ମ୍ପକୀୟ ଆଇସୋଲେସନ୍ ୱର୍ଡରେ ତୁରନ୍ତ ଡାଏଲିସିିସ୍ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular