ନୂଆଦିଲ୍ଲୀ: କରୋନା ସଙ୍କଟରେ ଅର୍ଥନୈତିକକୁ ସୃଦୃଢ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୈତିକ ବିଶେଷଜ୍ଞ ମନମୋହନ ସିଂହ ପରାମର୍ଶ ଦେଇଛନ୍ତି । ୨୦୧୯-୨୦ ମସିହାରେ ଜିଡିପି ଗ୍ରୋଥ ୪.୨ ପ୍ରତିଶତ ରହିଛି । ଏକ ଦଶକରେ ଏହା ସବୁଠାରୁ କମ୍ ଗ୍ରୋଥ ରେଟ୍ । କରୋନା ସଂକ୍ରମଣ ମାମଲାରେ ଭାରତ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି । ଧିରେ ଧୀରେ ଅନଲକ୍ କାର୍ଯ୍ୟକାରୀ ହେଉଥିଲେ ମଧ୍ୟେ ସ୍ଥିତିରେ ସୁଧାର ଆସିନାହିଁ । ୧୯୭୦ ପରେ ଦେଶରେ ସବୁଠାରୁ ଖରାପ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହ ସଙ୍କଟ ସୁଧାରିବା ପାଇଁ ୩ଟି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ମନମୋହନ ।
ପ୍ରଥମ- ସରକାରଙ୍କୁ ଲୋକଙ୍କ ଜୀବିକା ସୁନିଶ୍ଚିତ କରିବାକୁ ପଡିବ ଏବଂ ସିଧାସଳଖ ନଗଦ ଟଙ୍କା ଟ୍ରାନ୍ମଫର କରି ସେମାନଙ୍କ ଖର୍ଚ୍ଚ ଶକ୍ତିକୁ ମଜବୁତ କରିବାକୁ ହେବ ।
ଦ୍ୱିତୀୟ- ସରକାର ମସର୍ଥିତ କ୍ରେଡିଟ ଗ୍ୟାରେଣ୍ଟି ପ୍ରୋଗ୍ରାମ ମାଧ୍ୟମରେ ବ୍ୟବସାୟୀକ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ କରାଇବାକୁ ହେବ ।
ତୃତୀୟ- ଇନ୍ସଟିଚ୍ୟୁସନାଲ ଅଟୋନମି ଆଣ୍ଡ ପ୍ରୋସେସ ମାଧ୍ୟମରେ ଫାଇନାନସିଆଲ ସେକ୍ଟରକୁ ଠିକ୍ କରିବା ଉଚିତ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0