spot_img

ମନ୍ଦିର ଖୋଲିବାକୁ ନେଇ ହାଇକୋର୍ଟଙ୍କ ଗ୍ରୀନ ସିଗନାଲ

କଟକ: ମନ୍ଦିର ଖୋଲିବାକୁ ନେଇ ଗ୍ରୀନ ସିଗନାଲ ଦେଇଛନ୍ତି ହାଇକୋର୍ଟ । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର । ଏନେଇ ରାଜ୍ୟସରକାର ଚୂଡ଼ାନ୍ତ ନିଷ୍ପତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତି ନେଇଛନ୍ତି । କୋଭିଡ଼ ଗାଇଡ଼ ଲାଇନ ପାଳନ କରିବା ବାଧ୍ୟତା ମୂଳକ କରାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଟାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା । ରାଜ୍ୟରେ ମନ୍ଦିର ଖୋଲିବା ନେଇ ତ୍ରିଲୋଚନ ରଥଙ୍କ ସମେତ କାକଟପୁର ମା ମଙ୍ଗଳାଙ୍କ ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ମାମଲା ଦାଖଲ କରିଥିଲେ । ମୋକଦ୍ଦମା ଦୁଇଟି ୧୩ ଏବଂ ୧୪ ସିରିଅଲ ନମ୍ବରରେ ରହିଥିଲା। ତେବେ ଆଜି ଏହି ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular