spot_img

ଆସନ୍ତା କାଲି ଜନ୍ମାଷ୍ଟମୀ, ସାମାଜିକ ଦୂରତା ରଖି ପାଳନ କରିବାକୁ ଅନୁମତି

ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଏ । ଆସନ୍ତା କାଲି ଶ୍ରୀଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହେବ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ସାମାଜିକ ଦୁରତା ରଖି ଜନ୍ମାଷ୍ଟମୀ ପାଳନ କରିବାକୁ ଅନୁମତି ଦିଆଯାଇଛି । ମଧ୍ୟ ରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାଭି କଟା ହେବ । ପରମ୍ପରା ଅନୁଯାୟୀ ଦୁଇ ଜଣ ସେବାୟତ ଉଗ୍ରସେନ ଓ ବାସୁଦେବ ହୋଇ ବ୍ରାହ୍ମଣ ସାହିରୁ ଆସିବେ । ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ସମାପନ ହେବ । ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯିବ । ଏକାମ୍ର କ୍ଷେତ୍ରରେ ବିଭିନ୍ନ ମଠରେ ଶ୍ରୀକୃଷ୍ଣଙ୍କ ନନ୍ଦୋଉତ୍ସବ ଓ ଜନ୍ମାଷ୍ଟମୀ ନିରାଡମ୍ବର ଭାବେ ପାଳନ କରାଯିବ । ପୂର୍ବ ବର୍ଷ ଏହି ଉତ୍ସବ ଦେଖିବାକୁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । କିନ୍ତୁ ଏଥର ଏହି ଉତ୍ସବ ଖାଁ ଖାଁ ରହିବ । ଚଳିତ ବର୍ଷ କେବଳ ନୂଆ ବସ୍ତ୍ର , ସକାଳେ ମାଖନ ମିଶ୍ରି ଭୋଗ ଲାଗି କରାଯିବ । ନନ୍ଦୋଉତ୍ସବ ଦିନ ଝୁଲଣ କରାଯିବା ସହ ଆଳତି ନାମ ସଂକୀର୍ତ୍ତନ କରାଯାଇ ଝୁଲଣ କରାଯିବ । ସେହିପରି ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ହବ । ଟେରାବନ୍ଧ ହେବା ପରେ ମହାପ୍ରଭୁଙ୍କ ନିକଟରେ ଶାଗ. ପିଠା, ଖିରି, ଆଦି ରୋଷେଇ ଘରୁ ଆଣି ଅଣସର ପିଣ୍ଡିରେ ରଖାଯିବ । ୩ ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପଣ୍ଡା, ପତି, ମୁଦିରସ୍ତ ତିନିବାଡରେ ବନ୍ଦାପନା କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular